
ହୁତୁହୁତୁ ହୋଇ ଜଳିଗଲା ସ୍କୁଟର । ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । କଟକ ତ୍ରିଶୂଳିଆ ଛକରେ ସକାଳୁ ଏକ ସ୍କୁଟର ହୁତୁହୁତୁ ହୋଇ ଜଳିଗଲା । ପଟିଆ ଅଞ୍ଚଳର ଜଣେ ଯୁବକ ଚୌଦ୍ଵାର ଅଭିମୁଖେ ଯାଉଥିବା ବେଳେ ହଠାତ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଉ ସଙ୍ଗେ ସଙ୍ଗେ ସ୍କୁଟରଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ସୌଭାଗ୍ୟ ବଶତଃ ଯୁବକ ଜଣକ ଗାଡିରୁ ଓହ୍ଲାଇ ପଡ଼ିଥିଲେ । ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍କୁଟରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି ।
