
ସୋସିଆଲ ମିଡିଆରେ ପ୍ରଭୁ ଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ଖରାପ ଭାଷାରେ କମେଣ୍ଟ ଲେଖିଥିବାରୁ, ତାଳଚେର ହିନ୍ଦୁ ସମାଜ ପକ୍ଷରୁ ତାଳଚେର କୋଲିୟାରୀ ଥାନାରେ କମେଣ୍ଟ ଲେଖିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବରୁ ଫେସବୁକରେ ମିଷ୍ଟର ଚିରଞ୍ଜିବି ନାମକ ଏକ ଆଇଡିରୂ ଏକ ପୋଷ୍ଟ କରା ଯାଇଥିଲା। ହେଲେ ସେହି ଆଇଡିରେ ସୂର୍ଯ୍ୟକାନ୍ତ ମଲ୍ଲିକ ନାମକ ଏକ ବ୍ୟକ୍ତି ହିନ୍ଦୁ ଧର୍ମ ସହ କୋଟି କୋଟି ହିନ୍ଦୁଙ୍କ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଓ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଅଶ୍ଳୀଳ ଭାଷାରେ କମେଣ୍ଟ କରିଥିଲେ। ଯାହା ଦ୍ଵାରା ହିନ୍ଦୁ ମାନଙ୍କ ମନରେ କଠୋର ଆଘାତ ହୋଇଛି। ଏହା ସହିତ ବିଭିନ୍ନ ସ୍ଥାନରେ ଦଙ୍ଗା ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହୁଛି। ତେଣୁ ଏନେଇ ତାଳଚେର ହିନ୍ଦୁ ସମାଜ ତରଫରୁ ତାଳଚେର କୋଲିୟରୀ ଥାନାରେ ସୂର୍ଯ୍ୟକାନ୍ତ ମଲିକଙ୍କ ନାମରେ ଏକ ଲିଖିତ ଅଭିଯୋଗ କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।
