ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ରେଞ୍ଜ୍ ଖଙ୍କିରା ସେକ୍ସନର ଛୋଟ ତେନ୍ତୁଳି ଅଞ୍ଚଳରେ ସୋଲାର ତାର ଲଗି ଶାବକ ଦନ୍ତହାତୀ ଗୁରୁତର ହୋଇଛି l ଗତ ବିଳମ୍ବିତ ରାତିରେ ହାତୀ ପଲଙ୍କ ସହିତ ହାତୀ ଛୁଆଟି ଧାନ ଖାଇବା ଆଶାରେ ଆସିଥିଲା l କିନ୍ତୁ ଛୁଆଟି ସୋଲାର ତାର ବାଡ଼ରେ ଲାଗି ସେଠାରେ ପଡି ଯାଇଥିଲା l ସକାଳ ହେବା ପରେ ହାତୀ ପଲ ହାତୀ ଛୁଆଟିକୁ ସେଠାରେ ଛାଡି ଚାଲି ଯାଇଥିଲେ l ସ୍ଥାନୀୟ ଲୋକ ମାନେ ହାତୀ ଛୁଆଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟିକୁ ଉଦ୍ଧାର କରି ଚିକିତ୍ସା କରିଛନ୍ତି l

