Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…

Posted on October 3, 2025

ପରିବେଶ ଓ ଶିକ୍ଷା କ୍ଷେତ୍ରର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କର ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ ସୋନମଙ୍କର ମୁକ୍ତି ପାଇଁ ଦାବି କରିଛନ୍ତି। ତାଙ୍କ ମାମଲା ନେସନାଲ ସିକ୍ୟୁରିଟି ଆକ୍ଟ (NSA) ଅଧୀନରେ ରଖାଯିବାକୁ ନେଇ ଚ୍ୟାଲେଞ୍ଜ ହୋଇଛି।
ସୋନମ ୱାଙ୍ଗଚୁକ ସାନ୍ତିପୂର୍ଣ୍ଣ ପ୍ରତିବାଦ ନେତୃତ୍ୱ କରୁଥିଲେ। ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଲଗାଯାଇଥିଲା। ଗୀତାଞ୍ଜଳି ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଲଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର କବିନ୍ଦର ଗୁପ୍ତା, ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ସହିତ ଲେହ ଜିଲ୍ଲା କଲେକ୍ଟରଙ୍କୁ ମଧ୍ୟ ନିବେଦନ ପ୍ରେରଣ କରିଛନ୍ତି।

ତେବେ ଆମେ ଆପଣଙ୍କୁ ଏଠାରେ କହିରଖୁଛୁ, ସେପ୍ଟେମ୍ବର ୨୬, ୨୦୨୫ ତାରିଖରେ ଲେହରୁ ପୋଲିସ ସୋନମଙ୍କୁ ଗିରଫ କରିଥିଲେ। NSA ଆଇନ ଅଧୀନରେ ଗିରଫ ରଖାଯାଇଥିଲେ, ପରେ ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ୍ ଜେଲକୁ ପଠାଯାଇଛନ୍ତି। ଗତ ମାସ ୨୪ ତାରିଖରେ ଲେହରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା, ଯାହାରେ ୪ ମୃତ୍ୟୁ ଓ ୭୦ରୁ ଅଧିକ ଆହତ ହୋଇଥିଲେ। ପରେ ଲେହରେ କର୍ଫ୍ୟୁ ଜାରି ହୋଇଥିଲା ଓ ଇଣ୍ଟରନେଟ ସେବା ବ୍ୟାନ୍ କରାଯାଇଥିଲା।
ଆଗାମୀ ଶୁଣାଣି ଦଶହରା ଛୁଟି ପରେ ହୋଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme