
ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଣିକି ପର୍ଯ୍ୟଟକମାନେ ଆଉ ନାଟ୍ୟ ମନ୍ଦିର ବୁଲିପାରିବେ ନାହିଁ। ନାଟ୍ୟ ମନ୍ଦିର ବୁଲୁଥିବା ସମୟରେ ଅଧିକାଂଶ ପର୍ଯ୍ୟଟକମାନେ ତଳକୁ ପଡ଼ିଯାଉଥିବାରୁ ଏଏସଆଇ ଏଭଳି ନିଷ୍ପତ୍ତି ନେଇଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପର୍ଯ୍ୟଟକମାନଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିବାବେଳେ ନାଟ୍ୟ ମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେବେ ।
