Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁବର୍ଣ୍ଣପୁରରେ ମଣ୍ଡି ଅବ୍ୟବସ୍ଥା: ଧାନ ଗଦା ପାଖରେ ଚାଷୀ, କାହିଁକି ଆସୁନି ମିଲର୍ସ ଗାଡ଼ି?

Posted on January 24, 2026

ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲାର ୯୨ଟି ପ୍ୟାକ୍ସ (PACS) ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ମିଲର୍ସଙ୍କ ଅସହଯୋଗ କାରଣରୁ ଚାଷୀ ଏବେ ହତାଶ ହୋଇପଡିଛନ୍ତି। ଟୋକନ ଅବଧି ସରି ଆସୁଥିଲେ ମଧ୍ୟ ମଣ୍ଡିକୁ ଗାଡ଼ି ଆସୁନଥିବାରୁ ଧାନ ଉଠାଣ ବାଧାପ୍ରାପ୍ତ ହୋଇଛି।

ମିଲର୍ସମାନେ ଗାଡ଼ି ପଠାଉ ନଥିବାରୁ ଖୋଲା ଆକାଶ ତଳେ, ଶୀତ ଓ କାକରରେ ଚାଷୀ ନିଜର କଷ୍ଟଅର୍ଜିତ ଧାନକୁ ଜଗି ରହିଛି। ଅନେକ ସ୍ଥାନରେ ଧାନ ନଷ୍ଟ ହେବାକୁ ବସିଲାଣି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଥିଲେ ହେଁ ବାସ୍ତବରେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବାକୁ ଆଗ୍ରହ ଦେଖାଉନାହାନ୍ତି।

ଏପଟେ ଖରିଫ୍ ଧାନ ବିକ୍ରି ସରିନଥିବା ବେଳେ ରବି ଋତୁ ପାଇଁ ଚାଷ କାମ ଆରମ୍ଭ ହୋଇଗଲାଣି। ଖରିଫ୍ ଧାନ ବିକ୍ରି କରି ସେହି ଟଙ୍କାରେ ରବି ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ଏବେ ଦ୍ୱନ୍ଦ୍ୱରେ। ହାତରେ ପଇସା ନାହିଁ, ଅନ୍ୟପଟେ ମଣ୍ଡିରେ ଧାନ ପଡି ରହିଛି। ଯଦି ଶୀଘ୍ର ଧାନ ଉଠା ନଯାଏ, ତେବେ ଆଗାମୀ ଦିନରେ ଜିଲ୍ଲା ଚାଷୀ କୁଳ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme