Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଡିଜିପିଙ୍କୁ ନୋଟିସ୍, ୧୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

Posted on December 12, 2025

ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ତଦନ୍ତରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସୁପ୍ରିମକୋର୍ଟ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ ମସିହା ଅକ୍ଟୋବର ୧୯ ତାରିଖରେ ଘଟିଥିବା ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ଶୁଣାଣି କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିବାଦର ମୂଳ କାରଣ ହେଉଛି, ହାଇକୋର୍ଟରେ ଚାଲିଥିବା ଏକ ବୋଲେରୋ ପିକ୍-ଅପ୍ ଭ୍ୟାନ୍ ଦୁର୍ଘଟଣା ଓ କ୍ଷତିପୂରଣ ସଂକ୍ରାନ୍ତ ମାମଲା। ଏଥିରେ ଗୋଟିଏ ସମାନ ଗାଡ଼ିକୁ ଦେଖାଇ ୫ଟି ଅଲଗା ଅଲଗା କ୍ଷତିପୂରଣ ଦାବି କରାଯାଇଥିଲା। ଏହି ଜାଲିଆତି ସନ୍ଦେହ କରି ବୀମା କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହା ପରେ କୋର୍ଟ ଗାଡ଼ିର ମାଲିକାନା ଓ ବୀମା ବିବରଣୀ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ପ୍ରଥମେ ଡିଜିପିଙ୍କୁ ବୀମା କମ୍ପାନୀରୁ ଆବଶ୍ୟକ ରେକର୍ଡ ସଂଗ୍ରହ ସହ ସମସ୍ତ ତଥ୍ୟ ସଂଗ୍ରହ କରିବାର ଦାୟିତ୍ୱ ଦେଇଥିଲେ। ମାତ୍ର, ଡିଜିପି ନିଜେ କୌଣସି ବ୍ୟକ୍ତିଗତ ତଦାରଖ ନକରି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କେବଳ କଟକ ସ୍ଥିତ ସିଆଇଡି, କ୍ରାଇମବ୍ରାଞ୍ଚର ଜଣେ ଡିଏସପିଙ୍କୁ ହସ୍ତାନ୍ତର କରିଥିଲେ। ଡିଏସପି କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରିଥିଲେ, ସେଥିରେ କୌଣସି ନୂତନ ତଦନ୍ତ କରାଯାଇନଥିବା କିମ୍ବା ବୀମା କମ୍ପାନୀ ଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଅଣଦେଖା କରାଯାଇଥିବା କୋର୍ଟ ଲକ୍ଷ୍ୟ କରିଥିଲେ। ଏପରିକି, ରାଜ୍ୟ ପକ୍ଷରୁ ନିଯୁକ୍ତ ଓକିଲ ମଧ୍ୟ ତଦନ୍ତରେ ହୋଇଥିବା ଅବହେଳା ନେଇ କୌଣସି ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ।

ଏହି ସମସ୍ତ ବିଷୟକୁ ନେଇ ସୁପ୍ରିମକୋର୍ଟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ଡିଜିପିଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ସମ୍ପର୍କରେ ସତ୍ୟପାଠରେ ଦର୍ଶାଇବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଜାଲିଆତି ମାମଲା ଏବଂ ତଦନ୍ତରେ ଅବହେଳାକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme