Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ। ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ।

Posted on November 15, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଛି ପରଜଙ୍ଗ ପୋଲିସ। ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା ଅଳଙ୍କାର ଲୁଟ। ଏପରିକି ପରଜଙ୍ଗ ଗାଁର ଅନିତା ଗଡ଼ନାୟକଙ୍କର ଏକ ସୁନା ମାଳକୁ ଗୁନ୍ଥିବା ପାଇଁ ନେଇ ଅରିଜିନାଲ ସୁନା ବଦଳରେ ଡୁପ୍ଳିକେଟ ସୁନା ମାଳ ଦେଇଥିଲେ ମହିଳା ଚୋର ଗ୍ୟାଙ୍ଗ। ଯାହାକୁ ନେଇ ଅନିତାଙ୍କର ସନ୍ଦେହ ଜାତ ହେବାରୁ ସେ ପୋଲିସର ଦ୍ୱାରସ୍ତ ହୋଇଥିଲେ। ଆଉ ୟା ଭିତରେ ସାମ୍ନାକୁ ଆସିଛି ସୁନା ମାଳ ଗୁନ୍ଥିବା ନାଁରେ କିପରି ମହିଳା ମାନେ ସୁନା ଅଳଙ୍କାର ଲୁଟ କରୁଥିଲେ। ଯାହାକୁ ନେଇ ଅଭିଯୋଗ ପରେ ଛତିଶଗଡର ୪ ଜଣ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ପରଜଙ୍ଗ ପୋଲିସ। ସେପଟେ ଏପରି ଅଚିହ୍ନା ଅଜଣା ଲୋକଙ୍କ ଠାରୁ ଦୁରେଇ ରହିବାକୁ ପୋଲିସ ପକ୍ଷରୁ ସଚେତନ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme