Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁଧାରଗୃହରେ ଚାଲିଛି କ’ଣ ? ସୁଧାର ହେବାକୁ ଯାଉଛନ୍ତି ନା ବିଗିଡ଼ିବାକୁ

Posted on December 11, 2025

ସୁଧାରଗୃହରେ ଚାଲିଛି କ’ଣ ? ସୁଧାର ହେବାକୁ ଯାଉଛନ୍ତି ନା ବିଗିଡ଼ିବାକୁ । ରାଜ୍ୟର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ସୁଧାର କେନ୍ଦ୍ରରେ ବେଧଡ଼କ ଚାଲିଛି ରିଲ୍ସ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଭାଇରାଲ ହେଲା ପରେ ଏହାକୁ ଡିଲିଟ୍ ମଧ୍ୟ କରିଦେଉେଛନ୍ତି । ଦୁଇଟି ରିଲ୍‌ସ, ସିସି ଟିଭିରେ କଏଦୀ ସୁରକ୍ଷା ଦାୟିତ୍ବରେ ଥିବା ଯୁବତୀ ଓ ଅନ୍ତେବାସୀଙ୍କ ଭିନ୍ନ ଚିତ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ବେ ସେଲ୍‌ ଭିତରକୁ କିପରି ମୋବାଇଲ ଯାଉଛି ? କେଉଁମାନେ ଏମାନଙ୍କୁ ଅନୁମତି ଦେଉଛନ୍ତି ? ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । 

ଓଡ଼ିଶାର ୩୦ ଜିଲ୍ଲାରେ ସଂଘଠିତ ବିଭିନ୍ନ ଅପରାଧରେ ଆସି ପ୍ରାୟ ୯୫ରୁ ଅଧିକ ଅନ୍ତେବାସୀ ଏଠାରେ ରହୁଛନ୍ତି । ଏମାନଙ୍କ ସୁରକ୍ଷା ଦାୟିତ୍ବରେ ପୁଲିସ ନୁହେଁ, ଗୃହରକ୍ଷୀମାନେ ରହିଛନ୍ତି । ସେମାନଙ୍କୁ ଅନ୍ତେବାସୀମାନେ ଆଦୌ ଖାତିର କରୁନାହାନ୍ତି  । ଓଲଟା ଜୀବନରୁ ମାରିଦେବାକୁ ଧମକଚମକ ଦେଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି, ସେମାନଙ୍କ ଫଟୋ ବାହାରକୁ ଆସିବା କଥା ନୁହେଁ । କିଛି ମାସ ପୂର୍ବରୁ ପୂଜାରେ ଯୁବତୀ ଓ ଜଣେ ଅନ୍ତବାସୀ ରିଲ୍‌ସ ବନାଇ ସୋସିଆଲ ମିଡିରେ ଛାଡ଼ିଦେଇଥିଲେ । ଜଣାପଡ଼ିବା ପରେ ଡିଲିଟ୍‌ କରାଯାଇଥିଲା । ପାନପୋଷ ଉପଜିଲ୍ଲାପାଳ ଏହାର ତଦନ୍ତ ମଧ୍ୟ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ । କିଛି ଅନ୍ତେବାସୀଙ୍କ ମୋବାଇଲ ଜବତ ହୋଇଥିଲା କିନ୍ତୁ ଏବେ ପୁଣି ଏମିତି ହେବା ଆଶ୍ଚର୍ଯ୍ୟ ଲାଗୁଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme