Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁଦାନ ଗୃହଯୁଦ୍ଧର ନରକରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

Posted on December 17, 2025

ସୁଦାନରେ ଚାଲିଥିବା ଭୟାବହ ଗୃହଯୁଦ୍ଧ ମଧ୍ୟରେ ଅପହୃତ ହୋଇ ୪୫ ଦିନ ଧରି ବନ୍ଦୀ ଅବସ୍ଥାରେ ଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ସୁରକ୍ଷିତ ଭାବେ ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ସହ ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ସେ ଭାବବିହ୍ବଳ ହୋଇପଡ଼ିଥିଲେ। ଖୁସିର ଆଶ୍ରୁ ଓ ଆତ୍ମବିଭୋର ପରିବେଶରେ ସମଗ୍ର ବିମାନବନ୍ଦର ମୁହୂର୍ତ୍ତଟି ଅତ୍ୟନ୍ତ ଭାବନାପ୍ରବଣ ହୋଇଯାଇଥିଲା।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ୨୦୨୨ ମସିହାରେ ପରିବାର ପ୍ରତିପୋଷଣ ପାଇଁ ଆଫ୍ରିକୀୟ ଦେଶ ସୁଦାନକୁ କାମ କରିବାକୁ ଯାଇଥିଲେ। କିନ୍ତୁ ସୁଦାନରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ସେଠାର ପରିସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଭୟାବହ ହୋଇଯାଇଥିଲା। ସୁରକ୍ଷିତ ସ୍ଥାନକୁ ଯିବାବେଳେ ରାପିଡ ସପୋର୍ଟ ଫୋର୍ସେସ (RSF) ଆତଙ୍କୀମାନେ ତାଙ୍କୁ ଧରିନେଇ ଅପହରଣ କରିଥିଲେ।

ଆଦର୍ଶ କହିଛନ୍ତି ଯେ, ଅପହରଣ ସମୟରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଇଥିଲା। ପ୍ରଥମେ ୩ ଦିନ ଧରି ଜଙ୍ଗଲରେ ରଖି ପରେ ଜେଲ୍‌କୁ ନେଇଯାଇଥିଲେ। “ମୁଁ ବଞ୍ଚିବି ବୋଲି ଭାବି ନଥିଲି। ସେଠାର ପରିସ୍ଥିତି ବହୁତ ଭୟଙ୍କର ଥିଲା,” ବୋଲି ସେ ନିଜ ଛାତିଥରା ଅନୁଭୂତି ବର୍ଣ୍ଣନା କରିଛନ୍ତି।

ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିଥିବାରୁ ଆଦର୍ଶ ଭାରତ ସରକାର ଓ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme