Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସିଲିଣ୍ଡର ଫାଟି ଜଳିଗଲା ଘର, ଛାରଖାର ହୋଇଗଲା ବର୍ଷ ବର୍ଷର ଝାଳବୁହା ଧନ

Posted on October 17, 2025

ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି। ନିମିଷକ ମଧ୍ୟରେ ଛାରଖାର ହୋଇଗଲା ବର୍ଷ ବର୍ଷର ଝାଳବୁହା ଧନ। ଟଙ୍କା, ପଇସା, ଆସବାବପତ୍ର ଓ ଜରୁରୀ କାଗଜପତ୍ର ସବୁକିଛି ଜଳିପୋଡ଼ି ପାଉଁଶ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ସୁଗଲ ଗାଁର କାଳୀପଦ ମଣ୍ଡଳଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ଯାଇ ଜଣେ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ସୁନିତି ପଞ୍ଚାୟତ ସୁଗଲ ଗ୍ରାମର କାଳୀପଦ ମଣ୍ଡଳଙ୍କ ଘରେ ଗ୍ୟାସ୍ ଯୋଗେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ଘର ସାରା ନିଆଁ ବ୍ୟାପି ଯାଇଥିଲା। ବର୍ଷ ବର୍ଷର ଝାଳବୁହା ଧନ ନିମିଷକ ମଧ୍ୟରେ ଛାରଖାର ହୋଇଯାଇଥିଲା। ଲୁଗାପଟା, ଟଙ୍କା ପଇସା, ସୁନା ରୁପା ସହିତ ଜରୁରୀ ଜିନିଷ ସବୁ କିଛି ଜଳି ଭସ୍ମୀଭୂତ ହୋଇଯାଇଥିଲା। କାଳୀପଦଙ୍କ ଗୁହାଳ ଘରେ ରହିଥିବା ତିନୋଟି ଛେଳି ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଲିଭାଇବାକୁ ଯାଇ ଗାଁର ଦିବାକର ନାୟକ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି। କାଳୀପଦଙ୍କ ପଡୋଶୀ ଶରତ ଚନ୍ଦ୍ର ଦାସଙ୍କ ସ୍ତ୍ରୀ କୁଞ୍ଜଲତା ଦାସ ଗୁହାଳରୁ ଗାଈ ଫିଟାଇବାକୁ ଯାଇ ନିଆଁ ଛିଟିକି ପଡିବାରୁ ସାମାନ୍ଯ ଆହାତ ହୋଇଛନ୍ତି। କାଳୀପଦଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ପାଇଁ ସୁନିତି ପଞ୍ଚାୟତବାସୀ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme