Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଲିଆ ସାହି ବସ୍ତିରେ ‘ନୋ ଏଣ୍ଟ୍ରି । ବୁଲିବ ତାରବାଡ ।

Posted on November 21, 2025

ସାଲିଆ ସାହି ବସ୍ତିକୁ ବର୍ତ୍ତମାନ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି। ପୁନଃ କେହି ଅନୁପ୍ରବେଶ କରି ଅବରୋଧ ସୃଷ୍ଟି ନକରନ୍ତୁ, ସେଥିପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସମୁଦାୟ ଅଞ୍ଚଳରେ ଲୁହା ତାରବାଡ ବୁଲାଇବାରେ ଲାଗିଛି।

ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି। ପ୍ରାୟ ୩ ଦିନ ଧରି ଚାଲିଥିବା ଏହି ଅଭିଯାନରେ ହଜାର ହଜାର ବାସିନ୍ଦା ବିସ୍ଥାପିତ ହୋଇଛନ୍ତି। ବର୍ତ୍ତମାନ ବିସ୍ଥାପିତଙ୍କୁ BMC ପକ୍ଷରୁ ବିଭିନ୍ନ କଲ୍ୟାଣ ମଣ୍ଡପ ଏବଂ ଅସ୍ଥାୟୀ ଶିବିରରେ ଆଶ୍ରୟ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରଣା କହିଛନ୍ତି ଯେ ଯୋଗ୍ୟ ବିସ୍ଥାପିତଙ୍କୁ ଖୁବଶୀଘ୍ର ସରକାରୀ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନ BMC ପାଖରେ ୪୫୫ଟି ଘର ଉପଲବ୍ଧ ଅଛି।

୩ ଦିନ ଧରି ଚାଲିଥିବା ଏହି ବିଶାଳ ଅଭିଯାନରେ ୧୫ରୁ ଅଧିକ JCB, ୧୧ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ପ୍ରାୟ ୨୦୦ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme