Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାବଧାନ! ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ …

Posted on February 11, 2026

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଳତି,ବେଲସୁନ୍ଦରୀ  ଗ୍ରାମରେ । ଖରା ଦିନରେ ଲୋକଙ୍କ ବାଡି ବଗିଚାରେ ଫଳୁଥିବା ବରକୋଳି, ବେଲ  ଖାଇବା ଆଶାରେ ଗାଁ ଭିତରକୁ ଭାଲୁ ପଲ ପଶିଆସି ଏଣେତେଣେ ଧାଁ ଦୌଡ କରିବା ସହ ଗଛରେ ଚଢି ବରକୋଳି ,ବେଲ ଖାଉଛନ୍ତି ।

ଲୋକେ ଭୟରେ  ରାତି ୮ଟା ପରେ ଘରୁ ପଦାକୁ ବାହାରିବାକୁ ଅସୁରକ୍ଷିତ ମଣଛନ୍ତି। ମଙ୍ଗଳବାର ରାତି ୯ଟା ସମୟରେ ଅଳତି ଗ୍ରାମର ମଦନମୋହନ ବରାଳ ଏବଂ ରଶ୍ମୀ ମହାରଣାଙ୍କ ଅଗଣାରେ ଥିବା ବେଲ, ବରକୋଳି ଖାଇବା ପରେ ବେଲସୁନ୍ଦରି ଗାଁ ମୁହାଁ ହୋଇ ଥିଲେ ପାଞ୍ଚଟି ଭାଲୁ।

ଭାଲୁ ହିଂସ୍ର ବନ୍ୟଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା ଠାରୁ ଦୁରେଇ ରହିବା ସହ ତାଙ୍କୁ ତା ବାଟରେ ଯିବାକୁ ଦେବାକୁ ବନବିଭାଗ ପକ୍ଷରୁ  ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ଆବଶ୍ୟକସ୍ଥଳେ ଭାଲୁ ଠାରୁ ଦୂରେଇ ରହିବା ସହ ଯଦି  ଘଉଡାଇବାକୁ ଦରକାର ପଡେ ସ୍ଥାନୀୟ ବନକର୍ମଚାରୀଙ୍କ ସହଯୋଗ ନେବାକୁ ବନବିଭାଗ ପକ୍ଷରୁ  ପରାମର୍ଶ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme