Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସହିଦନଗର ହାଟରେ ଅଗ୍ନିକାଣ୍ଡ , ଦୋକାନରେ ଶୋଇଥିବା ବୃଦ୍ଧ ଜୀବନ୍ତ ଦଗ୍ଧ

Posted on November 14, 2025

ଭୁବନେଶ୍ବର ସହିଦନଗର ତିନିକୋଣିଆ ହାଟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡରେ ଜଳିଗଲେ ଦୋକାନରେ ଶୋଇଥିବା ବୃଦ୍ଧ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୋର ସମୟରେ ଲାଗିଥିଲା ନିଆଁ । ଅଣ୍ଡା କାର୍ଟୁନ୍‌ରୁ ନିଆଁ ବ୍ୟାପି ଜଳିଯାଇଥିଲା ଦୋକାନ ।
ସୂଚନାଯୋଗ୍ୟ ଯେ, ସହିଦନଗର ତିନିକୋଣିଆ ହାଟରେ ଅଘଟଣ ଘଟିଛି । ସ୍ଥାନୀୟ ହାଟରେ ଅଣ୍ଡା ବ୍ୟବସାୟ କରୁଥିବା କୁଳମଣି ସାହୁଙ୍କ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ମଶା ଦାଉରୁ ରକ୍ଷା ପାଇବା ପାଇଁ ଅଣ୍ଡା କାର୍ଟୁନ୍ ଜାଳି ଦୋକାନ ଭିତରେ ଶୋଇଥିଲେ କୁଳମଣି । ଭୋର୍ ସମୟରେ ଅଣ୍ଡା କାର୍ଟୁନ୍‌ରୁ ନିଆଁ ବ୍ୟାପି ଦୋକାନ ଜଳି ଯାଇଥିଲା । ଭୀଷଣ ନିଆଁ ଓ ଧୂଆଁ ଯୋଗୁ କ୍ୟାବିନ ଭିତରୁ ଆଉ ବାହାରକୁ ବାହାରି ପାରିନଥିଲେ କୁଳମଣି । ଆଖପାଖ ଦୋକାନ ବନ୍ଦ ଥିବାରୁ କେହି ସାହାଯ୍ୟ କରି ପାରିନଥିଲେ । ଶେଷରେ ଦୋକାନ ଭିତରେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲେ କୁଳମଣି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସଚିବାଳୟ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ କୁଳମଣିଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ମୃତଦେହ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କଙ୍କାଳ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme