Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସର୍ଭେ କାର୍ଯ୍ୟକୁ ନେଇ ଗାଁରେ ଛକାପଞ୍ଝା

Posted on January 2, 2026

ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍‌ସିଏଲ୍‌ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ନେଇ ଗ୍ରାମର ସପକ୍ଷବାଦି ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଦେଖିବାକୁ ମିଳିଛି । ତେ‌ବେ ସପକ୍ଷ ବାଦୀ ପକ୍ଷରୁ ସର୍ଭେ କାର୍ଯ୍ୟ କରିବାକୁ ଦାବି ହୋଇ ଆସୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବିପକ୍ଷବାଦୀ। ଗ୍ରାମର ସପକ୍ଷ ବାଦୀଙ୍କ କିଛି ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖଣି ସର୍ଭେ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ବେଳେ ଅନ୍ୟ ପଟେ ଗ୍ରାମ ଶେଷ ଭାଗରେ ବିପକ୍ଷ ବାଦୀଙ୍କର ଶହ ଶହ ମହିଳା ଓ ପୁରୁଷ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ତେବେ ବିପକ୍ଷ ବାଦୀଙ୍କ କହିବା କଥା ଏମ୍‌ସିଏଲ୍‌ ଟାଳଟୁଳ ନିତୀ ଅବଲମ୍ବନ କରି ଗ୍ରାମର କିଛି ଅଂଶକୁ ସର୍ଭେ କରିବାକୁ ଚାହୁଁ ଥିବା ବେଳେ ସମ୍ପୁର୍ଣ୍ଣ ଗ୍ରାମକୁ ସର୍ଭେ କରିବାକୁ ଦାବି କରିଛନ୍ତି। ଗ୍ରାମର କିଛି ଅଞ୍ଚଳ ଅଧିଗ୍ରହଣ କରି କିଛି ପରିବାରଙ୍କୁ ଉଚ୍ଛେଦ କରି ଖଣି କାର୍ଯ୍ୟ ଆରମ୍ଭ କଲେ ଗ୍ରାମର ବହୁମାତ୍ରାରେ କ୍ଷତି ହେବା ସହ ବଳକା ଥିବା ଅଞ୍ଚଳରେ ‌ଗ୍ରାମବାସୀ ରହିବା ଅସମ୍ଭବ ହୋଇ ପଡ଼ିବ। ଏପରିକି ଗ୍ରାମରେ ପାନୀୟ ଜଳ ସହିତ ଖଣି କାର୍ଯ୍ୟଯୋଗୁଁ ବ୍ଲାଷ୍ଟିଂ ହୋଇ ଘର ଭାଙ୍ଗିବା ସହିତ ଜୀବନ ଦୁର୍ବିସହ ହୋଇ ପଡ଼ିବା ‌ନେଇ ଅଭିଯୋଗ ଆଣିଛନ୍ତି। ଅପର ପକ୍ଷରେ ଖଣି ସପକ୍ଷରେ ରହିଥିବା କିଛି ଗ୍ରାମବାସୀ ଆମ ଜମି ଖଣି ଠାରୁ ମାତ୍ର ୧୦ ମିଟର ଦୂରରେ ରହିଥିବାରୁ ଆମ ଘର ଦ୍ବାର ଭାଙ୍ଗିବା ସହିତ ପାନୀୟ ଜଳ ଦୂଷିତ ହେବାରେ ଲାଗିଛି। ଖୁବ ଶୀଘ୍ର ଆମ ଜମିକୁ ଖଣି କର୍ତ୍ତୃପକ୍ଷ ସର୍ଭେକରି ଖଣି କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ତେବେ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟିକୁ ନେଇ ଘଟଣା ସ୍ଥଳ‌ରେ ପୁଲିସ୍‌ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଆଜି ଏଭଳି ଅପ୍ରିତିକର ପରିସ୍ଥିତି ମଧ୍ୟରେ ଖଣି କର୍ତ୍ତୃପକ୍ଷ ସର୍ଭେ କରିବାକୁ ଆସିଥିଲେ ମଧ୍ୟ ସର୍ଭେକାର୍ଯ୍ୟ ନକରି ଫେରିଯାଇଥିବା ଜଣାପଡିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme