Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସପ୍ତାହେ କମିବନି ଥଣ୍ଡା, ୧୯ରେ ଘୂର୍ଣ୍ଣିବଳୟ,୨୩ରେ ଅବପାତ ସମ୍ଭାବନା

Posted on November 14, 2025

ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ଥଣ୍ଡା କମିବାର ସମ୍ଭାବନା ନାହିଁ । ବରଂ ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ପୁରୀ, ବାଲେଶ୍ୱର ଓ ରାଉରକେଲା ସମେତ କେତେକ ସ୍ଥାନରେ ଶୁକ୍ରବାର ରାତିରୁ ୩ ଦିନ ଭିତରେ ରାତି ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏହା ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଏବେ ଶୀତ ପ୍ରକୋପ ବଢ଼ିଛି । ୪ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀରୁ କମ୍ ଅଛି ।

ବୁଧବାର ରାତିରେ ସେମିଳିଗୁଡ଼ାରେ ୭.୧ ଡିଗ୍ରୀ ସେଲସିୟସ୍, ଜି.ଉଦୟଗିରି ୭.୪, ଦାରିଙ୍ଗିବାଡ଼ି ୭.୫, ଫୁଲବାଣୀ ୮.୫, ଝାରସୁଗୁଡ଼ା ୧୦.୯, ରାଉରକେଲା ୧୧.୧, ଚିପିଲିମା ୧୧.୨, କିରେଇ ୧୧.୫, ଭବାନୀପାଟଣା ୧୧.୫, ଅନୁଗୁଳ ୧୨ ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ ସର୍ବନିମ୍ନ ତାପମାତ୍ରା ୧୨.୬, କେନ୍ଦୁଝର ୧୨.୮, ବଲାଙ୍ଗୀର ୧୩.୩, କୋରାପୁଟ ୧୩.୫, ସୋନପୁର ୧୩.୬, ଢେଙ୍କାନାଳ ୧୩.୧, ସମ୍ବଲପୁର ୧୪, ଭବାନୀପାଟଣା ୧୪.୧, ଭୁବନେଶ୍ୱର ୧୪.୧, ନବରଙ୍ଗପୁର ୧୪.୨, ହୀରାକୁଦ ୧୪.୫, କଟକ ୧୪.୬, ଟିଟିଲାଗଡ଼ ୧୫, ବାରିପଦା ୧୫, ନୟାଗଡ଼ ୧୫ ଡିଗ୍ରୀକୁ ଖସି ଆସିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ରାଜ୍ୟରେ ଏବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଅର୍ଥାତ୍ ଶୀତ ଯେମିତି ଅଛି, ସେମିତି ରହିବ । ୩ ଦିନ ପରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଚଳିତବର୍ଷରେ ଏବେ ସୁଦ୍ଧା ଗତକାଲି (ବୁଧବାର) ରାତି ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା ।

ପ୍ରଫେସର ପଶୁପାଳକ କହିଛନ୍ତି, ବାଲେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୪ରୁ ୧୬ ଡିଗ୍ରୀ, ବ୍ରହ୍ମପୁର ୧୫ରୁ ୧୭ ଡିଗ୍ରୀ, ରାଉରକେଲା ୧୦ରୁ ୧୨ ଡିଗ୍ରୀ, ସମ୍ବଲପୁର ୧୩ରୁ ୧୫ ଡିଗ୍ରୀ ରହିପାରେ । ଆଭ୍ୟନ୍ତରୀଣ ଅପେକ୍ଷା ଉପକୂଳରେ ତାପମାତ୍ରା ଅଧିକ କମିପାରେ । ୧୯ରୁ ୨୧ ତାରିଖ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ।

ଅନ୍ୟପଟେ ବିଭିନ୍ନ ମଡେଲ୍କୁ ବିଶ୍ଳେଷଣ କରି ଆଇଏମଡି ବିସ୍ତାରିତ ଆକଳନ କରିଛି, ୧୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୧ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ୨୩ ତାରିଖବେଳକୁ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ମାତ୍ର ଏବେଠାରୁ ଏହାର ତୀବ୍ରତା ଓ ସମ୍ଭାବ୍ୟ ଗତି ଏବଂ ପ୍ରଭାବ ନେଇ କିଛି ଆକଳନ କରାଯାଇନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme