Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସପ୍ତାହେ ଅସମ୍ଭାଳ ଥଣ୍ଡା, ଆଜିଠୁ କଲବଲ କରିବ କାଲୁଆ ପବନ

Posted on December 7, 2025

ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । କାଲୁଆ ପବନ କଲବଲ କରିବ । ଭୋର୍ରୁ ଘନ କୁହୁଡ଼ିର ଆସ୍ତରଣ ବି ବାଟ ଓଗାଳିବ । ଶୀତ ଲହରିରେ ପୂରା ଓଡ଼ିଶା ଥରିବ । ପାଣିପାଗ ବିଭାଗ(ଆଇଏମଡି) ଏହି ଆକଳନ କରିଛି ।

ରବିବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ରହିଥିଲା । ଏଠାରେ ପାରଦ ୫.୬ ଡିଗ୍ରୀ ରହିଥିଲା । ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ୧୦୦ ମିଟରରୁ କମ୍ ରହିଥିଲା ।

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮ଡିଗ୍ରୀ, ରାଉରକେଲାରେ ୮.୧, ଫୁଲବାଣୀରେ ୮.୫, କେନ୍ଦୁଝରରେ ୯.୪, ଅନୁଗୁଳରେ ୯.୮, ଭବାନୀପାଟଣାରେ ୧୦.୮, ସୁନ୍ଦରଗଡ଼ରେ ୧୦.୬, ବୌଦ୍ଧ ଓ ଢେଙ୍କାନାଳରେ ୧୧.୯, କଟକ ଓ ସୋନପୁରରେ ୧୨.୪, ଭୁବନେଶ୍ୱର ଓ ନବରଙ୍ଗପୁରରେ ୧୩, ବାଲେଶ୍ୱରରେ ୧୩.୧, ଟିଟିଲାଗଡ଼ ଓ ମାଲକାନଗିରିରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।

ଅନୁଗୁଳ ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୯ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୩.୨ଡିଗ୍ରୀ, ବାଲେଶ୍ୱର ଓ କୋରାପୁଟରେ ୨.୬ ଡିଗ୍ରୀ, ଗୋପାଳପୁରରେ ୧.୭ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme