Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସଞ୍ଜ ନଇଁଲେ ଜମୁଛି ଅସାମାଜିକଙ୍କ ଆଡ୍ଡା

Posted on November 3, 2025

ପୁରୀ-କୋଣାର୍କ ବେଳାମାର୍ଗ ଅସୁରକ୍ଷିତ। ସଞ୍ଜ ନଇଁଲେ ଜମୁଛି ଅସାମାଜିକଙ୍କ ଆଡ୍ଡା। ଅନ୍ଧାରରେ ରହୁଛି ବେଳାମାର୍ଗ। ଅସୁରକ୍ଷିତ ପର୍ଯ୍ୟଟକ। ବଢୁଛି ଅସାମାଜିକ କାର୍ଯ୍ୟକଳାପ। ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ବିଭିନ୍ନ ମହଲରୁ ଦାବି।

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ସହିତ ୧୩ରେ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ଯ୍ୟନ୍ତ ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ସମୁଦ୍ରର ଲୁଣି ପବନରେ ବିଦ୍ୟୁତ୍ ଖୁଣ୍ଟ ସବୁ ବିପଦରେ। କେତେବେଳେ ଯେ ଗଳିପଡିବ ଭରଷା ନାହିଁ। ସନ୍ଧ୍ୟା ହେଲେ ପର୍ଯ୍ୟଟକମାନେ ବେଳାଭୂମିରେ ନରହି ଫେରି ଯାଉଛନ୍ତି। ଅନ୍ଧାରର ସୁଯୋଗ ନେଇ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ବେଳାମାର୍ଗ ରାସ୍ତା ପାର୍ଶ୍ୱରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ରହୁଛି। ଫଳରେ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କତେକ ଏଲଇଡି ଚୋରି ହୋଇଯାଇଥିବା ପରିଲକ୍ଷିତ ହୋଇଛି। 

​​​

ଇକୋ ରିଟ୍ରିଟ୍ ସମୟରେ ଏଲଇଡି ବିଦ୍ୟୁତ୍ ବଲବ ଲଗାଯାଇ ୩ମାସ ପରେ ଖୋଲି ଦିଆଯାଉଛି। ଫଳରେ ବେଳାମାର୍ଗ ପୁର୍ନବାର ଅନ୍ଧାରରେ ରହୁଛି। ସନ୍ଧ୍ୟା ପରେ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme