
ଖାଦ୍ୟ ଅନ୍ଵେଷଣରେ ଗାଁ ଅଭିମୁଖେ ଆସିଥିଲେ ହାତୀପଲ। ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ। ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରୁ ଛୁଆ ହାତୀ ଉଦ୍ଧାର।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟକୁ ହାତୀପଲ ଧାନ ଖାଇବାକୁ ଆସିଥିଲେ। ହାତୀପଲରେ ଏକ ଛୁଆ ହାତୀ ଥିଲା। ଛୁଆ ହାତୀଟି ଧାନ କ୍ଷେତରେ କାଦୁଅ ଭିତରେ ଫସି ଯାଇଥିଲା। ସକାଳ ହୋଇଯିବାରୁ ହାତୀପଲ ମନ୍ଦରଗିରୀ ଜଙ୍ଗଲ ଆଡ଼କୁ ଫେରିଯାଇଥିଲେ। ହେଲେ ଛୁଆ ହାତୀଟି ଫସି ରହିଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକେ ହାତୀ ଛୁଆକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛୁଆ ହାତୀଟିକୁ ଉଦ୍ଧାର କରିଛି। ହାତୀଟିର ବୟସ ପ୍ରାୟ ଏକ ମାସ ହେବ ବୋଲି ଅନୁମାନ କରାଯାଇଛି।

