Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Posted on October 28, 2025

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଡହଗାଁ ଗ୍ରାମ ପଞ୍ଚାୟତରେ ଷଣ୍ଢ ଆତଙ୍କ । ମାଳିସାହି ଠାରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆତଙ୍କ ଖେଳାଇଥିବା ଶଣ୍ଢକୁ ଧରିବାକୁ ସାଧାରଣରେ ଦାବି ହୋଇଛି। 

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ସମୟରେ ବାଉରିଆ ରଣା ହାତରେ ବାଙ୍କୁଲି ବାଡ଼ି ଧରି ନିତ୍ୟକର୍ମ ପାଇଁ ପୋଖରୀକୁ ଯାଉଥିଲେ। ଏହି ସମୟରେ ସେଠାରେ ଶୋଇଥିବା ଏକ ଷଣ୍ଢ ହଠାତ୍ ଦୌଡ଼ି ଆସି ବାଉରିଆଙ୍କୁ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧ ଜଣକ ତଳେ ପଡି ରକ୍ତାକ୍ତ ହୋଇଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବରପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme