Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରୀମନ୍ଦିରରେ ବଉଳ ଅମାବାସ୍ୟା,ସାଗର ବିଜେ କରିବେ ପ୍ରଭୁନାରାୟଣ

Posted on December 19, 2025

ଆଜି ପବିତ୍ର ବକୁଳ ବା ବଉଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିରରେ ବକୁଳ ଅମାବାସ୍ୟା ନୀତି ଯଥାରୀତି ପାଳନ କରାଯାଏ। ଏହି ଦିନ ମହାପ୍ରଭୁଙ୍କଠାରେ ଲାଗିହୁଏ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯାଏ । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କର ଆଳତି ଅବକାଶ ବଢ଼ି ବେଶ ହେବା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏକ ତୁଳସୀ ମାଳ ବା ଆଜ୍ଞାମାଳ ଲାଗି କରାଯାଏ । ଗୋପାଳବଲ୍ଲଭ ଭୋଗ ଶେଷ ହୋଇ ସକାଳ ଧୂପ ଉଠିବା ସମୟରେ ରୋଷ ଘରୁ ବଉଳ ଗଇଁଠା ତାଟ ଛାମୁକୁ ଆସେ ।

ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତ ଷୋଡ଼ଶ ଉପଚାରରେ ପୂଜା କରିଥାଆନ୍ତି । ଟେରାଫିଟି ଆଳତି ବଢ଼ିବା ପରେ ତାଟ ଭିତରେ ଥାଇ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ତାପରେ ମହାପ୍ରସାଦ କଢ଼ା ଯାଇ ଧୋପଖାଳ ହେବା ପରେ ମହାଜନେ ଦକ୍ଷିଣ ଘରୁ ଶ୍ରୀ ନାରାୟଣ ଅମାବାସ୍ୟାଙ୍କୁ ରତ୍ନସିଂହାସନ ଉପରକୁ ବିଜେ କରାନ୍ତି । ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ଶ୍ରୀନାରାୟଣଙ୍କୁ ସାଗର ବିଜେ ନିମିତ୍ତ ପ୍ରଦାନ କରିଥାଆନ୍ତି । ଆଜ୍ଞାମାଳ ଲାଗି ହେବା ପରେ ମହାଜନ ସେବକମାନେ ହସ୍ତରେ ଶ୍ରୀଅମାବାସ୍ୟା ନାରାୟଣଙ୍କୁ ବିଜେ କରାଇ ମୁକ୍ତି ମଣ୍ଡପ ତଳେ ସ୍ଥିତ ପାଲିଙ୍କିରେ ଆସୀନ କରାଇଥାଆନ୍ତି । ଏହା ପରେ ଆବଶ୍ୟକ ନୀତି ପରେ ବିମାନବଡୁ ସେବକମାନେ ପାଲିଙ୍କିକୁ ସ୍କନ୍ଧରେ ବହନ କରି ସାଗର ବିଜେ ନୀତି ନିମିତ୍ତ ସ୍ବର୍ଗଦ୍ବାର ନିକଟକୁ ଯାଇଥାଆନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme