Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

‘ଶ୍ରୀମନ୍ଦିରକୁ ଉଡ଼ାଇ ଦେବୁ, ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରିବୁ’, କିଏ ଦେଲା ଏମିତି ଧମକ ?

Posted on January 21, 2026

ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ। ଶ୍ରୀମନ୍ଦିର ନିକଟ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ । ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍‌ ଆଇଡିରେ ଏଭଳି ଖୋଲା ଧମକ ଦିଆଯାଇଛି। ଏହି ଧମକ ପରେ ପୁରୀ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରାଯାଇଛି। ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟର ୟୁଆରଏଲ୍ ଲିଙ୍କ କୁ ଯାଞ୍ଚ କରାଯାଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। 

ସେପଟେ ଶ୍ରୀମନ୍ଦିରରେ ବୋମା ପକାଇବା ନେଇ ସୋସିଆଲ ମିଡିଆରେ ଧମକ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାଡ୍ ଦ୍ବାରା ତନତନ କରି ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ବତନ୍ତ୍ର କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ପାଇଁ ସୋସିଆଲ ମିଡିଆରେ ଧମକ ଆସିଥିବାରୁ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। 

ସୂଚନା ଥାଉକି, ମଙ୍ଗଳବାର ଫେସବୁକରେ ଜୁଲି ରାଣୀ ପଣ୍ଡା ନାମକ ଏକ ଆକାଉଣ୍ଟ୍ ରୁ ଏଭଳି ଧମକପୂର୍ଣ୍ଣ ପୋଷ୍ଟ ଆସିଥିଲା। ଯାହାକୁ ନେଇ ପୁରୀ ପୁଲିସ ତଦନ୍ତ ଚଳାଇଥିବା ବେଳେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେବାୟତ ଦାବି କରିଛନ୍ତି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme