Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Posted on October 24, 2025

ଫାର୍ମ ହାଉସରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗ ହାୱଡା ଜିଲ୍ଲାର ଶେଖ ମେହବୁବ ଉଦ୍ଦିନ ବୋଲି ଜଣାପଡ଼ିଛି। ସେ ଓ ତାଙ୍କ କକାପୁଅ ଶେଖ ସାପିର ଉଦ୍ଦିନ ଗତ ଅକ୍ଟୋବର ୨ ତାରିଖରୁ ଏହି ଫାର୍ମ ହାଉସରେ କାମ କରୁଥିଲେ।

ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟା ବେଳେ ସାପିର ଉଦ୍ଦିନଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖନ୍ତି ତ, ମେହବୁବ ଉଦ୍ଦିନ ଶୋଇଥିବା ସ୍ଥାନରେ ନଥିଲେ। ଖୋଜାଖୋଜି କରିବା ପରେ ଛେଳି ଫାର୍ମ ଭିତରେ ମେହବୁବ ଗାମୁଛାରେ ଝୁଲିପଡ଼ିଥିବା ଦେଖିଥିଲେ। ଏ ବିଷୟରେ ଫାର୍ମ ମାଲିକଙ୍କୁ ଜଣାଇବା ପରେ ସେ ପୁଲିସକୁ ଖବର ଦେଇଥିଲେ। ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମେହବୁବଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme