Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୂନ ଡିଗ୍ରୀକୁ ଖସିଲା ପାରଦ, ୩୮ ସ୍ଥାନରେ ୧୨ ଡିଗ୍ରୀକୁ ଖସିଲା ତାପମାତ୍ରା

Posted on January 8, 2026

ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ । ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍ । ରାଜ୍ୟର ୨୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ କମ୍ ଥିଲା । ଖାଲି ମଣିଷ ନୁହେଁ, ଜୀବଜନ୍ତୁ ବି ଛଟପଟ ହୋଇଥିଲେ ହାଡ଼ଭଙ୍ଗା ଶୀତରେ ।

ପାଣିପାଗ ବିଭାଗର ଆକଳନ ଦେଖାଇଛି, ଆଗକୁ ଏ ସ୍ଥିତି ଆହୁରି ସାଂଘାତିକ ହେବ । ଆସନ୍ତା ୧୨ ତାରିଖ ଯାଏ ଥଣ୍ଡା ମାଡ଼ରୁ ନିସ୍ତାର ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ । ୫ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଥରିବ କେତେକ ଅଞ୍ଚଳ । ପୂର୍ବାନୁମାନ ଅନୁସାରେ ଗୁରୁବାର ରାତିରେ ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ପାରଦ ୫ ଡିଗ୍ରୀ ତଳକୁ ଖସିପାରେ । ଅନୁଗୁଳ, କେନ୍ଦୁଝର, ଭବାନୀପାଟଣା ଓ ସୁନ୍ଦରଗଡ଼ ତାପମାତ୍ରା ୮ ଡିଗ୍ରୀ ରହିପାରେ । ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ବାରିପଦାରେ ପାରଦ ୯ ଡିଗ୍ରୀ ପାଖାପାଖି ରହିପାରେ । ଶୁକ୍ରବାର ରାତିରେ ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲା ତାପମାତ୍ରା ୬ ଡିଗ୍ରୀରେ ଥରିପାରେ। ସେହିପରି ସୁନ୍ଦରଗଡ଼ ୮ ଡିଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ପାରଦ ୯ ଡିଗ୍ରୀ ସେଲସିୟସ୍ ରହିପାରେ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ମକର ସଂକ୍ରାନ୍ତି ପରେ ଶୀତ ପ୍ରକୋପ କମିବ । ୧୨ ତାରିଖ ପରେ କିଛି ସ୍ଥାନରେ ଥଣ୍ଡା କମିପାରେ । କିନ୍ତୁ, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା ସମେତ ଆଭ୍ୟନ୍ତରୀଣ ଗଞ୍ଜାମରେ ଜାନୁୟାରୀ ମାସ ଶେଷ ଯାଏ ଥଣ୍ଡାର ପ୍ରକୋପ ଜାରି ରହିବ ।

ମଙ୍ଗଳବାର ରାତିରେ ଫୁଲବାଣୀରେ ୫ ଡିଗ୍ରୀ, ରାଉରକେଲାରେ ୫.୧, ଝାରସୁଗୁଡ଼ାରେ ୫.୪, ଦାରିଙ୍ଗବାଡ଼ିରେ ୭, କିରେଇରେ ୭.୪, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୭, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୭.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ କମ୍ ରହିଥିଲା । ଅନୁଗୁଳରେ ସ୍ୱାଭାବିକଠାରୁ ୫.୮, ଭୁବନେଶ୍ୱରରେ ୪.୮, କୋରାପୁଟରେ ୪.୩, ବାଲେଶ୍ୱର ଓ ବାରିପଦାରେ ୪ ଓ କେନ୍ଦୁଝରରେ ସ୍ୱାଭାବିକଠାରୁ ୩.୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme