Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତ ଋତୁରେ ଗରମ ପାଣିରେ ସ୍ନାନ କରୁଥିଲେ ସାବଧାନ!

Posted on November 13, 2025

ଶୀତ ବା ସର୍ଦ୍ଦି ସମୟ ଆରମ୍ଭ ହେବା କ୍ଷଣି ଖାଦ୍ୟପେୟ ସହ ଆପଣଙ୍କର ସ୍ନାନ କରିବାର ଅଭ୍ୟାସରେ ମଧ୍ୟ ଖୁବ୍ ପରିବର୍ତ୍ତନ ଆସିଥାଏ। ଗରମ ଦିନରେ ଥଣ୍ଡା ପାଣି ଶରୀରରେ ପଡ଼ିବା କ୍ଷଣି ଖୁବ୍ ଶାନ୍ତି ଓ ଫ୍ରେଶନେସ୍ ଅନୁଭବ ହୋଇଥାଏ , ଅନ୍ୟପଟେ ଶୀତ ଋତୁରେ କମ୍ପନର କାରଣ ହେବାକୁ ଲାଗେ। ଅଧିକାଂଶ ଲୋକ ପାଣିପାଗରେ ଥଣ୍ଡା ବଢିବା କ୍ଷଣି ଗରମ ପାଣିରେ ସ୍ନାନ ଆରମ୍ଭ କରିଦେଇ ଥାନ୍ତି। ଥଣ୍ଡାରେ ଗରମ ପାଣିରେ ସ୍ନାନ କରିବାର ଅନେକ ଫାଇଦା କୁହାଯାଏ। ଗରମ ପାଣି ଶରୀରର ଥକାନ ଦୂର କରି ମାଂସପେଶୀଙ୍କୁ ଆରମ୍ଭ ଦେଇଥାଏ। ଫିଟନେସ୍ ଫ୍ରିକ୍ ଅଧିକାଶ ଲୋକ ଅନେକ ସମୟରେ ୱାର୍କଆଉଟ୍ କିମ୍ୱା ଥକାନ ଭରା ଦିନ ପରେ ଗରମ ପାଣିରେ ସ୍ନାନକରି ରିଲାକ୍ସ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କଣ ଜାଣନ୍ତି ଗରମ ପାଣିରେ ସ୍ନାନ କରି ଯଦି ସାବଧାନତା ଅବଲମ୍ୱନ କରାନଯାଏ ତ ଏହାର ବଡ଼ କ୍ଷତି ହୋଇପାରେ। ଆସନ୍ତୁ ଏ ବିଷୟରେ ଜାଣିବା –

ଚର୍ମ ଶୁଷ୍କତା – ବିଶେଷଜ୍ଞଙ୍କ ଅନୁସାରେ , ଅଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମର ପ୍ରାକୃତିକ ଆର୍ଦ୍ରତା ହ୍ରାସ ପାଏ, ଯେଉଁଥିରେ ଚର୍ମ ଶୁଷ୍କତା , କୁଣ୍ଡେଇ ହୋଇପାରେ। ଗରମ ପାଣି କିରାଟିନ ସ୍କିନ୍ ସେଲ୍ସକୁ ଡ୍ୟାମେଜ୍ କରିଥାଏ, ଯାହା କାରଣରୁ ତ୍ୱଚାରେ କୁଞ୍ଚନ, ଶୁଖିଲା ପଣ ଓ ଦାଗର ସମସ୍ୟା ସୃଷ୍ଟି ହୋଇପାରେ। ଏହି କାରଣ ଯେ, ସର୍ଦ୍ଦିରେ କେବେ ବି ଖୁବ୍ ଗରମ ପାଣିରେ ସ୍ନାନର ପରାମର୍ଶ ଦିଆଯାଇ ନଥାଏ।

କେଶର କ୍ଷତି –ବିଶେଷଜ୍ଞଙ୍କ ଅନୁସାରେ , ଗରମା ପାଣିରେ ସ୍ନାର ଅଭ୍ୟାସ କେବଳ ଚର୍ମକୁ ହିଁ ନୁହେଁ ବରଂ କେଶର ମଧ୍ୟ କ୍ଷତି ହୋଇଥାଏ। ଅଧିକ ଗରମ ପାଣି ଆପଣଙ୍କ କେଶକୁ ଡ୍ୟାମେଜ୍ କରି ଏହାର କୋମଳତାକୁ ହ୍ରାସ କରିଦିଏ, ଯେଉଁଥିରେ କେଶ ଶୁଖିଲା ଓ ନିର୍ଜୀବ ଦେଖାଯାଏ। ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଡ୍ୟାଣ୍ଡ୍ରଫ ସମସ୍ୟା ବଢିପାରେ।

ଚର୍ମରେ ଜ୍ୱଳନ କିମ୍ୱା ନାଲି ପଡ଼ିଯିବା –

ଅତ୍ୟଧିକ ଗରମ ପାଣିରେ ସ୍ନାନରେ ଚର୍ମର ଉପର ପରସ୍ତ ପ୍ରଭାବିତ ହୋଇଥାଏ, ଯେଉଁଥିରେ ଜ୍ୱଳନ , ଲାଲ୍ ପଡ଼ିବା କିମ୍ୱା ଏକଜିମା ଭଳି ସମସ୍ୟା ହୋଇପାରେ।

ରକ୍ତଚାପରେ ହଠାତ୍ ପରିବର୍ତ୍ତନ –

ବହୁତ ଗରମ ପାଣିରେ ବ୍ଲଡ୍ ଭେସଲ୍ସ ପ୍ରସାରିତ ହୋଇଥାଏ, ଯେଉଁଥିରେ ବ୍ଲଡ୍ ପ୍ରେସର ହଠାତ୍ କମ୍ ହୋଇପାରେ। ହାର୍ଟରୋଗ କିମ୍ୱା ଦୁର୍ବଳ ଲୋକଙ୍କ ମୁଣ୍ଡ ବୁଲାଇବା କିମ୍ୱା ବେହୋସର ବିପଦ ରହିଥାଏ।

କୁଞ୍ଚନ –

ଅତ୍ୟଧିକ ଗର୍ମ ପାଣିରେ ସ୍ନାନ କରିବା ଦ୍ୱାରା ମୁହଁରେ କୁଞ୍ଚନର ସମସ୍ୟା ହୋଇପାରେ। ଗରମ ପାଣି ଚର୍ମରୁ ପ୍ରାକୃତିକ ତୈଳ ଓ ଆର୍ଦ୍ରତାକୁ ଦୂର କରିବା ସହ, ଚର୍ମକୁ ଶୁଷ୍କ ଓ ନିର୍ଜୀବ କରିଦିଏ। ଯେଉଁଥିରେ ବ୍ୟକ୍ତି ସମୟ ପୂର୍ବରୁ କୁଞ୍ଚନ , ଜ୍ୱଳନ ଓ ଫୁଲିବା ଭଳି ସମସ୍ୟା ହୋଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme