Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୀତ ଆସିଲା, ୨ରୁ କମିବ ରାତି ତାପମାତ୍ରା

Posted on October 31, 2025

ବାତ୍ୟା, ବର୍ଷାର ପ୍ରଭାବ କମିଲା । ଏବେ ଥଣ୍ଡା । ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ହେବ । ମେଘୁଆ ପାଗ ଦୂରେଇଯିବ । ପାଗ ଶୁଖିଲା ସହ ରାତିର ପାରଦ ବି ତଳମୁହାଁ ହେବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ କରିଛି । ଏବେ ଯେଉଁ ମେଘୁଆ ପାଗ ଅଛି, ତାହା ଧୀରେ ଧୀରେ ପଳାଇବ । ପହିଲି ଶୀତ ଆରମ୍ଭ ହେବ । ୩୧ ତାରିଖ ରାତିରୁ କନ୍ଧମାଳ ଓ ଗଜପତିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମିପାରେ । ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ଗଦାପୁର ଓ ମୋହନାରେ ରାତି ତାପମାତ୍ରା ୧୭ରୁ ୧୮ ଡିଗ୍ରୀ ରହିବ । ଉତ୍ତର ଭାରତର ଦିଲ୍ଲୀ, ଚଣ୍ଡିଗଡ଼, ଲୁଧିଆନା ଭଳି ଥଣ୍ଡା ଅନୁଭୂତ ହୋଇପାରେ । ୫ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିପାରେ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

ନଭେମ୍ବର ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଓ ଏହାର ଉତ୍ତରରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା ସମ୍ଭାବନା ହୋଇପାରେ । ୩୧ ତାରିଖରେ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । କିନ୍ତୁ ଉତ୍ତରା ପବନ ବହିବା ଯୋଗୁ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବନି । ୨ ତାରିଖ ବେଳକୁ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିଛନ୍ତି, ଶୁକ୍ରବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଗୁରୁବାର ପୁରୀ, ଚାନ୍ଦବାଲି, ଗୋପାଳପୁର, ସମ୍ବଲପୁର ଭଳି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ରହିଛି । ଏବେ ବି ପବନ ବଙ୍ଗୋପସାଗରରୁ ଆସୁଥିଲା । ଏଥିପାଇଁ କିଛି ସ୍ଥାନରେ ବର୍ଷା ହୋଇଛି । ଶୁକ୍ରବାରଠାରୁ ବର୍ଷା ପ୍ରାୟତଃ କମିଯିବ ଓ ପାଗ ଖରାଟିଆ ରହିବ ।

ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ୫୪% ଅଧିକ ବର୍ଷା ହୋଇଛି । ୧୧୦ ମିଲିମିଟର ହେବା କଥା, ହୋଇଛି ହାରାହାରି ୧୭୦ ମିମି । ୮ଟି ଜିଲ୍ଲା ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ୧୩ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ୍‌, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଓ କନ୍ଧମାଳରେ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme