Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶିଶୁପୁତ୍ର ଜନ୍ମ ଦେଲେ କ୍ୟାଟ୍ରିନା

Posted on November 7, 2025

ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ ଭିକି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କ ସହିତ ଏହି ଖୁସି ଖବର ଶେୟାର କରିଛନ୍ତି। ସେମାନେ ଆଜି ନଭେମ୍ବର ୭ ତାରିଖରେ ଅର୍ଥାତ୍‌ ଶୁକ୍ରବାର ସେମାନଙ୍କ ପୁଅକୁ ସ୍ବାଗତ କରିଛନ୍ତି। ଭିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେବା ପରେ ବଲିଉଡ ତାରକାଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ନବରାତ୍ରିର ଦ୍ୱିତୀୟ ଦିନର ପବିତ୍ର ଅବସରରେ, ସେପ୍ଟେମ୍ବର ୨୩, ୨୦୨୫ରେ କ୍ୟାଟ୍ରିନା ଏବଂ ଭିକି ପ୍ରେଗନେନ୍ସି ସମ୍ପର୍କରେ ଘୋଷଣା କରିଥିଲେ।

କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ୨୦୨୧ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ରିସର୍ଟରେ ହୋଇଥିଲା। ଦମ୍ପତିଙ୍କ ଗର୍ଭଧାରଣର ଗୁଜବ ବହୁତ ଦିନ ଧରି ପ୍ରସାରିତ ହେଉଥିଲା, କିନ୍ତୁ ଏହି ଦମ୍ପତି ଦୀର୍ଘ ସମୟ ଧରି ସେମାନଙ୍କ ଗର୍ଭଧାରଣର ଖବରକୁ ଗୁପ୍ତ ରଖିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme