Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

Posted on December 11, 2025

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗର ପ୍ରୟାସ ସଫଳ ହୋଇଛି। ଶିକାରୀମାନେହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡେଙ୍ଗାମ ଜଡ଼ିଦର ଗ୍ରାମର ବୀରସିଂ ହୋ(୩୩), ଚରଣ ହୋ(୪୩), ଛଲେ ହୋ(୨୩), ସାଗର ହୋ(୨୯) ଓ ସୁକ୍ରା ହୋ(୩୨)। ତାଙ୍କ ନିକଟରୁ ୨ ଟି ଟର୍ଚ୍ଚ ଲାଇଟ, ୭ଟି ଫାଶ, ୧ଟି ବନ୍ଧୁକର ନଳି, ୫୩୫ ଗ୍ରାମ ଶୁଖିଲା ବଣୁଆ ମାଂସ, ୧ଟି ପଲିଥିନ ଶୀଟ, ୧ଟି କ୍ୟାରି ବ୍ୟାଗ ଏବଂ ଘର ପଛପଟେ ଲୁଚାଇ ରଖା ଯାଇଥିବା ୧୩୦ ସେ.ମି. ଲମ୍ବର ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ସିସା ଗୁଳି ଓ ୧୪ଟି ସାଇକେଲ ବଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଶିକାରୀମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଦକ୍ଷିଣ ବନଖଣ୍ଡ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପ୍ରବେଶ କରି ବନ୍ୟଜନ୍ତୁ ଶିକାର କରିଥିଲେ । ଏଆଇ କ୍ୟାମେରାରୁ ଫଟୋ ମିଳିବା ପରେ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଅଧିକାରୀମାନେ ଶିକାରୀମାନଙ୍କୁ ଚିହ୍ନଟ କରିଥିଲେ । ଜେନାବିଲ ରେଞ୍ଜର ଓ ତାଙ୍କ ଟିମ୍‌ ତୁରନ୍ତ ଖୁଣ୍ଟା ଥାନା ଅଞ୍ଚଳର ଜଡ଼ିଦର ଗ୍ରାମରେ ରେଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୯ଡିସେମ୍ବର ୨୦୨୫ରେ ଚଢାଉ କରି ଉପରୋକ୍ତ ସାମଗ୍ରୀ ଜବତ କରାଯାଇଛି । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳରେ ଏକ ମାମଲା ରୁଜୁ ତଦନ୍ତ ଜାରି ଥିବା ବେଳେ ଗିରଫ ଶିକାରୀଙ୍କୁ ବାରିପଦାସ୍ଥିତ ସିଜେଏମ କୋର୍ଟରେ ହାଜର କରାଯାଇଛ। ଜବତ ବନ୍ଧୁକକୁ ନେଇ ବିଭାଗ ପକ୍ଷରୁ ପୋଲିସକୁ ଅବଗତ କରିଥିବା ବେଳେ ଏ ନେଇ ଥାନାରେ ଆମର୍‌ସ ଆକ୍ଟରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି ବୋଲି ଉପ ନିର୍ଦ୍ଦେଶର ଗୌଡ଼ା ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme