Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶରୀର ପାଇଁ ଉପକାରୀ ଗାଜର

Posted on December 27, 2025

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ ଭରିରହିଛି, ଯାହା ହୃତ୍‌ପିଣ୍ଡ ପାଇଁ ଉପକାରୀ। ‘ସୁସ୍ଥ ହୃତ୍‌ପିଣ୍ଡ ଏବଂ ଗାଜର’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ନିୟମିତ ଗାଜର ଖାଇବା ଦ୍ୱାରା ହୃତ୍‌ପିଣ୍ଡର କାର୍ଯ୍ୟଧାରା ମଧ୍ୟ ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ। ଏଥିରେ ଥିବା ଉପକାରୀ ଗୁଣ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ଏହା ମଧ୍ୟ ସାହାଯ୍ୟ କରିଥାଏ। ଗାଜର ହେଉଛି ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଜର ଖାଇଲେ ରକ୍ତରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏଥିରେ କ୍ୟାଲସିୟମ ମାତ୍ରା ଭରି ରହିଛି, ଯାହା ଅସ୍ଥିକୁ ଦୃଢ଼ ରଖେ। ଗାଜର ଶରୀରର ଓଜନକୁ ମଧ୍ୟ ସନ୍ତୁଳିତ ରଖେ। ଏଥିରେ ଫାଇବର୍‌ ପ୍ରଚୁର ପରିମାଣରେ ରହିଛି। କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ। ଏଥିରେ ଥିବା ଉପକାରୀ ତତ୍ତ୍ୱ ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନ ଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme