Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲୋକପ୍ରିୟ ହାସ୍ୟ ଅଭିନେତା ଗୁଲୁଆଙ୍କୁ ହତ୍ୟା ଧମକ: ୫୦ ଲକ୍ଷ ମାଗିଲେ ଦୁର୍ବୃତ୍ତ

Posted on December 25, 2025

ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ତଥା ୟୁଟ୍ୟୁବର ଗୁଲୁଆଙ୍କୁ (Gulua) ହତ୍ୟା ଧମକ ମିଳିଥିବା ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରିବା, ମାଡ଼ ମାରିବା ଏବଂ ମିଛ କେସରେ ଫସାଇ ଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି। ଏହି ଘଟଣାକୁ ନେଇ ଗୁଲୁଆ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ସୁରକ୍ଷା ପାଇଁ ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରି ଗୁଲୁଆ ଲେଖିଛନ୍ତି ଯେ, ଏହି ଧମକ ପରେ ସେ ଗତ ତିନି ଦିନ ହେବ ଠିକ ଭାବେ ଖାଇପାରୁ ନାହାନ୍ତି ଏବଂ ନିଜ ଜୀବନ ବଞ୍ଚାଇବା ପାଇଁ ଲୁଚି ଲୁଚି ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
ଅନ୍ୟପଟେ, ଏହି ବିବାଦ ମଧ୍ୟରେ ଗୁଲୁଆଙ୍କ ସ୍ତ୍ରୀ ବର୍ଷାଙ୍କ କିଛି ଇନଷ୍ଟାଗ୍ରାମ ପୋଷ୍ଟ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। ବର୍ଷା ନିଜ ପୋଷ୍ଟରେ ଜଣେ ‘ମହାନ କଳାକାର’ଙ୍କ ଅସଲ ଚେହେରା ବା କଳାକାରନାମା ପର୍ଦ୍ଦାଫାସ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଗୁଲୁଆଙ୍କୁ ମିଳିଥିବା ଧମକ ଏବଂ ବର୍ଷାଙ୍କ ଏହି ରହସ୍ୟମୟ ପୋଷ୍ଟ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ସେ ନେଇ ଏବେ ସାଧାରଣରେ ନାନା ଚର୍ଚ୍ଚା ଜାରି ରହିଛି। ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme