Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲୁଟ୍ ହେଉଛି ଖଣିଜ ସମ୍ପଦ, ତିନି ବର୍ଷରେ ୧୨୬ କୋଟି ଟଙ୍କା ଜରିମାନା ଆଦାୟ

Posted on December 4, 2025

ରାଜ୍ୟରେ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ କୋଟି କୋଟି ଜରିମାନା ଆଦାୟ କଲେଣି ରାଜ୍ୟ ସରକାର। ଜାନୁଆରୀ ୨୦୨୨ରୁ ଅକ୍ଟୋବର ୨୦୨୫ ୩ ବର୍ଷରେ ପ୍ରାୟ ୧୨୬ କୋଟି ଜରିମାନା ଆଦାୟ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

୩୦ ଜିଲ୍ଲାରୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୬୫୫ କୋଟି ରାଜସ୍ବ ଆଦାୟ ହୋଇଛି।  ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ ୧୫ ହଜାର ୧୮୭ଟି ଧରପଗଡ଼ ହୋଇଛି। ଏଥି ସହିତ ୩ ହଜାର ୧୧୯ଟି ମାମଲା ରୁଜୁ ହୋଇଛି । ୧୨୬ କୋଟି ୫୧ ଲକ୍ଷ ୭୮ହଜାର ଜୋରିମାନା ଆଦାୟ ହୋଇଛି ।

ସେହିଭଳି ରାଜ୍ୟ ସର୍ବାଧିକ ବାଲି ଚୋରି ହେଉଥିବା ୧୧ ଅତ୍ୟଧି ସମ୍ବେଦନଶୀଳ ତହସିଲ ଚିହ୍ନଟ ହୋଇଛି । ଏହି ୧୧ ଟି ତହସିଲରେ ବାଲି, ମୋରମ ଓ ପଥର ଚୋରା ଚାଲଣା କରାଯାଇଛି। ଧର୍ମଶାଳା, ଝାରସୁଗୁଡ଼ା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ବର, ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁର ତହସିଲରେ ସବୁଠାରୁ ଅଧିକ ଚୋରି ହୋଉଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଉତ୍ତର ରଖିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme