Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ

Posted on November 8, 2025

ରାଜ୍ୟରେ ଥଣ୍ଡା ଆହୁରି  ବଢ଼ିବ । ଶନିବାର ଓ ରବିବାର ରାତି ତାପମାତ୍ରା ପ୍ରାୟ  ୩ରୁ ୫ ଡିଗ୍ରୀ ଖସିବ । ରାଉରକେଲା, ତୁରୁମୁଙ୍ଗା,  ବାଲିଗୁଡ଼ା ଓ ଗଜାପୁର  ଭଳି ସ୍ଥାନରେ ପାରଦ  ୧୨ ଡିଗ୍ରୀକୁ ଖସିପାରେ ।  ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ  ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିବ ।  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏଭଳି ପୂର୍ବାନୁମାନ ଦେଇଛନ୍ତି ।

ସେପଟେ ଭାରତୀୟ ପାଣିପାଗ  ବିଭାଗ ମଧ୍ୟ ଆଗକୁ ଥଣ୍ଡା ବଢ଼ିବ ବୋଲି ଆକଳନ କରିଛି । ୧୪ରୁ ୨୦ ତାରିଖ ଯାଏ  ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ । ଅଧିକାଂଶ  ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି । 

ଗୁରୁବାର ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା । ଏହା  ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଫୁଲବାଣୀରେ ୧୪ ଡିଗ୍ରୀ,  କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ  କେନ୍ଦୁଝରରେ ୧୬.୮, ଭଦ୍ରକରେ ୧୬.୫ ଓ ଢେଙ୍କାନାଳରେ ସର୍ବନିମ୍ନ  ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme