Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ ; ୧୫୦ ନୂଆ ଆମ୍ବୁଲାନ୍ସ ଲୋକାର୍ପଣ

Posted on December 23, 2025

ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ।

ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ୧୧୧ କୋଟି ବ୍ୟୟରେ ୪୨୮ ଆମ୍ବୁଲାନ୍ସ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ଉତ୍ସର୍ଗ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି । ଆଗକୁ ବାକି ସବୁ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯିବ । ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ସଂସ୍ଥା ପାଖରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି। ରାଜ୍ୟରେ ଅଚଳ ଥିବା ୧୦୮ ଆମ୍ବୁଲାନ୍ସଗୁଡ଼ିକ ପରିବର୍ତ୍ତନ କରାଯାଇଛି I ସେହି ସ୍ଥାନରେ ନୂଆ ଆମ୍ବୁଲାନ୍ସ ସାମିଲ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme