Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜ୍ୟସଭାରେ ପାରିତ ହେଲା ‘ଭିବିଜୀ ରାମ ଜୀ ବିଲ୍’…

Posted on December 19, 2025

ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ପାରିତ ହେଲା ଭିବିଜୀ ରାମ ଜୀ ବିଲ୍ । ତେବେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ଘଣ୍ଟାର ଆଲୋଚନା ବିରୋଧୀଙ୍କ ହଟ୍ଟଗୋଳ ଓ ଓ୍ବାକଆଉଟ ମଧ୍ୟରେ ବିଧେୟକ ରାଜ୍ୟସଭାରେ ଗୃହିତ ହୋଇଛି ।

ବିଲକୁ ବିରୋଧ କରି ସଂସଦ ପରିସର ସମ୍ବିଧାନ କକ୍ଷ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ଛଅ ଘଣ୍ଟା ଆଲୋଚନା ପରେ ଭିବିଜୀ ରାମ ଜୀ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା । ବିରୋଧୀ ଦଳ ରାଜ୍ୟସଭାରେ ହଙ୍ଗାମା କରିବା ସହ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଭାଷଣ ପରେ ଯେତେବେଳେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିତର୍କର ଉତ୍ତର ଦେବାକୁ ଠିଆ ହୋଇଥିଲେ। ବିରୋଧୀ ସାଂସଦମାନେ ହଙ୍ଗାମା କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସେମାନେ କଳା ଆଇନ ଫେରାଇ ନିଅ ସ୍ଲୋଗାନ ଦେଇଥିଲେ । ଶିବରାଜ ସିଂହ ଚୌହାନଙ୍କ ଭାଷଣ ସମୟରେ ମଧ୍ୟ ବିରୋଧୀ ସାଂସଦମାନେ ସ୍ଲୋଗାନ ଜାରି ରଖିଥିଲେ ଓ ବିଲ୍ ପ୍ରତ୍ୟାହାର ଦାବି କରି ୱାକଆଉଟ୍ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ଏହାକୁ ଭଏସ୍ ଭୋଟ ଦ୍ୱାରା ଗୃହୀତ କରାଯାଇଥିଲା ।

ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ବିଲ୍ ଉପରେ ସଂଶୋଧନକୁ ଗୃହ ପ୍ରତ୍ୟାଖ୍ୟାନ କରିଥିଲା । ବିଲ୍ ପୂର୍ବରୁ ଲୋକସଭାରେ ମଞ୍ଜୁରୀ ପାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme