
ଯାଜପୁର ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ସିକୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପୁଥିବା ଘଟଣା ନେଇ ଚର୍ଚ୍ଚା।
ଅଭିଯୋଗ ଅନୁଯାୟୀ, ଡ୍ୟୁଟିରେ ଥିବା ଡାକ୍ତର ବିନ୍ଦୁସାଗର ସାମଲ ଭିଡ଼ ହେବାରୁ ଜଣେ ବୃଦ୍ଧ ରୋଗୀଙ୍କୁ ଗାର୍ଡଙ୍କ ପାଖକୁ ପ୍ରେସର ମାପିବାକୁ ପଠାଇଥିଲେ। ପଚାରା ପଚେରିରେ ଡାକ୍ତର ମଧ୍ୟ ଏହା ସ୍ୱୀକାର କରିଛନ୍ତି।
ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏହା ସଠିକ୍ ନୁହେଁ, ବ୍ଲଡ଼ ପ୍ରେସର ମାପିବା ଅଧିକାର କେବଳ ନର୍ସିଙ୍ଗ ଷ୍ଟାଫଙ୍କର।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
