Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀ​‌ରେ ଲଜ୍ଜା: ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Posted on December 12, 2025

ରାଜଧାନୀରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଦେଇଛି ।

ମିଳିଥିବା ଅଭିଯୋଗ ମୁତାବକ, ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ ସହ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ବାପା-ମା’ କାମକୁ ଯିବା ପରେ ଘରେ ଝିଅ ଏକୁଟିଆ ରହୁଥିଲା । ଗତ ୪ ତାରିଖରେ ଉକ୍ତ ଅଞ୍ଚଳରେ ପାନ ଦୋକାନ କରିଥିବା ନରେଶ ନାମକ ଜଣେ ଯୁବକ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ତେବେ ନାବାଳିକା ପାଟି କରିବାରୁ ନରେଶ ସେଠାରୁ ଖସି ପଳାଇଥିଲା ।

ଗତକାଲି ନାବାଳିକାର ବାପା-ମା’ ଘରେ ନଥିବା ବେଳେ ନରେଶ ପୁଣି ନାବାଳିକାକୁ ଏକୁଟିଆ ପାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ନରେଶ । ନାବାଳିକା ଜଣକ ବାପା-ମା’ କାମରୁ ଫେରି ଝିଅ କାନ୍ଦୁ ଥିବା ଓ ତା’ର ରକ୍ତସ୍ରାବ ହେଉଥିବାର ଦେଖି ତାକୁ ପଚରାଉଚରା କରିଥିଲେ । ନାବାଳିକା ଜଣଙ୍କ ବାପା-ମା’ଙ୍କ ଆଗରେ ସବୁକଥା କହିଥିଲା । ବାପା-ମା’ ଝିଅକୁ ଧରି ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ମହିଳା ଥାନା ପୁଲିସ ମାମଲା ନଂ-୩୮୪/୨୫ ରୁଜୁ କରିବା ସହ ପ୍ରଥମେ ନାବାଳିକାକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତ ନରେଶକୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଥିବା ମହିଳା ଥାନା ସୂତ୍ରରୁ ଜଣାପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme