Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରବିବାର ସୁଦ୍ଧା ୩ରୁ ୫ ଡିଗ୍ରୀ ଖସିବ ପାରଦ

Posted on November 7, 2025

ଶୁକ୍ରବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ । ରବିବାର ରାତି ସୁଦ୍ଧା ପାରଦ ଆଉ ୩ରୁ ୫ ଡିଗ୍ରୀ ଖସିଯିବ । ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା ଓ ଗଜାପୁରରେ ପାରଦ ୧୨ ଡିଗ୍ରୀକୁ ଖସି ଯାଇପାରେ । ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।  ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟର ବହୁ ସ୍ଥାନରେ ଅଧିକ ଶୀତ ଅନୁଭୂତ ହେବ । ଦକ୍ଷିଣ ଅଭ୍ୟନ୍ତରରେ ଦିନ ତାପମାତ୍ରା ୨୪ ଡିଗ୍ରୀ, ଉତ୍ତର ଅଭ୍ୟନ୍ତରରେ ୨୪ରୁ ୨୫ ଡିଗ୍ରୀ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୨୭ରୁ ୨୮ ଡିଗ୍ରୀ ରହିବ ବୋଲି ସେ ଆକଳନ କରିଛନ୍ତି । ଶୁକ୍ରବାରରୁ ରବିବାର ଯାଏ ବାଲେଶ୍ୱରରେ ୧୬ ଡିଗ୍ରୀ ଓ ଭୁବନେଶ୍ୱରରେ ରାତି ବେଳା ତାପମାତ୍ରା ୧୮ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ପରବର୍ତ୍ତୀ ତିନି ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବେଲ ନୋଲ୍‌ ଇ.ସି.ଏମ.ଡବ୍ଲୁ.ଏଫ୍‌ ମଡେଲକୁ ଆଧାର କରି କହିଛନ୍ତି, ୨୦୨୬ର ଆରମ୍ଭରୁ ଲା ନିନାରୁ ଏଲ୍‌ନିନୋ ସ୍ଥିତିକୁ ଆସିବ । ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳରାଶି ହଠାତ୍‌ ଉତ୍ତପ୍ତ ହେବା ଯୋଗୁ ଏହା ପୂର୍ବ ଦିଗକୁ ମୁହାଁଇବା ସହ ଏଲ ନିନୋ ସ୍ଥିତି ସୃଷ୍ଟି ହେବ । ଯଦି ଏଭଳି ସ୍ଥିତି ସୃଷ୍ଟି ହେଲା ତେବେ ୨୦୨୭ରେ ବିଶ୍ୱର ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି । ବୁଧବାର ଫୁଲବାଣୀର ରାତି ତାପମାତ୍ରା ସର୍ବନିମ୍ନ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳରେ ୧୬, କୋରାପୁଟରେ ୧୬.୫, ସୁନ୍ଦରଗଡ଼ରେ ୧୬.୬, ରାଉରକେଲାରେ ୧୭.୩ ଓ ଝାରସୁଗୁଡ଼ାରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme