Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ

Posted on November 21, 2025

ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ନିକଟରେ ଅଭାବନୀୟ ଘଟଣା । ଅଜଣା ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର । ଖବରପାଇ ଘଟଣାର ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ବାଲିଦୋକାନ ବଜାର ନିକଟସ୍ଥ ରଇତସାହି ଗାଁ ଶେଷ ମୁଣ୍ଡରେ ଅଚିହ୍ନା ଯୁବକଙ୍କ ଅଧା ପୋଡ଼ା ମୃତଦେହ ପଡ଼ିଥିଲା। ଏନେଇ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଖବରପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଯୁବକଙ୍କ ଶରୀର ପୋଡିଯାଇଥିବାବେଳେ ଏକ ନୀଳ ରଙ୍ଗର ଚପଲ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଏହା ଏକ ହତ୍ୟା ଜନିତ ଘଟଣା ବୋଲି ଅନୁମାନ କରାଯାଉଛି। ପୁରୀରୁ ଫରେନସିକ ଟିମ ଆସି ପ୍ରାଥମିକ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲ ପଠାଯିବ ବୋଲି କୋଣାର୍କ ପୁଲିସ ସୂଚନା ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme