
ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ନିକଟରେ ଅଭାବନୀୟ ଘଟଣା । ଅଜଣା ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର । ଖବରପାଇ ଘଟଣାର ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ବାଲିଦୋକାନ ବଜାର ନିକଟସ୍ଥ ରଇତସାହି ଗାଁ ଶେଷ ମୁଣ୍ଡରେ ଅଚିହ୍ନା ଯୁବକଙ୍କ ଅଧା ପୋଡ଼ା ମୃତଦେହ ପଡ଼ିଥିଲା। ଏନେଇ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଖବରପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଯୁବକଙ୍କ ଶରୀର ପୋଡିଯାଇଥିବାବେଳେ ଏକ ନୀଳ ରଙ୍ଗର ଚପଲ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଏହା ଏକ ହତ୍ୟା ଜନିତ ଘଟଣା ବୋଲି ଅନୁମାନ କରାଯାଉଛି। ପୁରୀରୁ ଫରେନସିକ ଟିମ ଆସି ପ୍ରାଥମିକ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲ ପଠାଯିବ ବୋଲି କୋଣାର୍କ ପୁଲିସ ସୂଚନା ଦେଇଛି।

