Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ

Posted on October 14, 2025

ରାତି ଅଧରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ। ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ। ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ଜର୍ମୁଡ଼ା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ ବୋଲି ସୂଚନା ମିଳିଛି। ସୋମବାର ବିଳମ୍ଵିତ ରାତିରେ ତାଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ହତ୍ୟାର କାରଣ ଜଣା ପଡ଼ିନାହିଁ। ପୁଲିସ ତଦନ୍ତ ଚଳାଇଛି। ଅନ୍ୟପଟେ ଗତ ୨ ଦିନ ତଳେ ଅତିବିରା ଥାନା ଗୋଡଭଗା ନିକଟ ସତୀଯୋର ପାଖରେ ଜଣେ ଟେଲର ମାଷ୍ଟରଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୁଲିସ ଫେଲ୍ ମାରିଛି। ଏବେ ବିଚ୍ ରାସ୍ତାରେ ଆଉ ଏକ ହତ୍ୟା ଘଟଣା ବରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme