Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ

Posted on December 7, 2025

ଜମିଜମା ବିବାଦକୁ ନେଇ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ତେଲଗଡ଼ିଆ ଗାଁରେ ଘଟିଛି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଦଉଡ଼ିରେ ବାନ୍ଧି ଗାଁଦାଣ୍ଡରେ ଘୋଷାରିବା ପରେ ସ୍ଥାନୀୟ ପରିଖି ଫାଣ୍ଡି ସମ୍ମୁଖରେ ଫିଙ୍ଗିଦେଲେ। ଏହି ଘଟଣା ୩ ଦିନ ତଳେ ଘଟିଥିଲା। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଘୂରି ବୁଲିବା ପରେ ଆଜି ଲୋକଲୋଚନକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣାରେ ପୁଲିସର ସମ୍ବେଦନହୀନତା ଅନେକ ପ୍ରଶ୍ନ ଠିଆ କରିଛି।

ସୂଚନା ମୁତବାକ, ଜମିଜମା ବିବାଦକୁ ନେଇ ଗତ ୩ ତାରିଖରେ କେତେକ ଯୁବକ ତେଲଗଡ଼ିଆଗ୍ରାମର ଦେବାଶିଷ ହାତୀଙ୍କୁ ଠେଙ୍ଗା ଓ କୋଦାଳ ବେଣ୍ଟରେ ନିର୍ମମ ଭାବରେ ପିଟିଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ସେ ଅଚେତ ହୋଇ ଯାଇଥିଲେ। ପରେ ତାଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଇ ପରିଖି ଫାଣ୍ଡି ସମ୍ମୁଖରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ। ଏହି ସମୟରେ ଦେବାଶିଷଙ୍କ ପତ୍ନୀ ଶେଫାଳି ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ। ପତ୍ନୀ ଶେଫାଳି ଏନେଇ ଫାଣ୍ଡିରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ ମଧ୍ୟ ପୁଲିସ ନିରବ ରହିଥିଲା। ଏହାପରେ ସେ ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ଗତ ୫ ତାରିଖରେ ଶେଫାଳି ସଦର ଥାନାରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ବସିଛି। ଏନେଇ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme