Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ

Posted on December 7, 2025

ଜମିଜମା ବିବାଦକୁ ନେଇ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ତେଲଗଡ଼ିଆ ଗାଁରେ ଘଟିଛି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସହ ଦଉଡ଼ିରେ ବାନ୍ଧି ଗାଁଦାଣ୍ଡରେ ଘୋଷାରିବା ପରେ ସ୍ଥାନୀୟ ପରିଖି ଫାଣ୍ଡି ସମ୍ମୁଖରେ ଫିଙ୍ଗିଦେଲେ। ଏହି ଘଟଣା ୩ ଦିନ ତଳେ ଘଟିଥିଲା। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଘୂରି ବୁଲିବା ପରେ ଆଜି ଲୋକଲୋଚନକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣାରେ ପୁଲିସର ସମ୍ବେଦନହୀନତା ଅନେକ ପ୍ରଶ୍ନ ଠିଆ କରିଛି।

ସୂଚନା ମୁତବାକ, ଜମିଜମା ବିବାଦକୁ ନେଇ ଗତ ୩ ତାରିଖରେ କେତେକ ଯୁବକ ତେଲଗଡ଼ିଆଗ୍ରାମର ଦେବାଶିଷ ହାତୀଙ୍କୁ ଠେଙ୍ଗା ଓ କୋଦାଳ ବେଣ୍ଟରେ ନିର୍ମମ ଭାବରେ ପିଟିଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ସେ ଅଚେତ ହୋଇ ଯାଇଥିଲେ। ପରେ ତାଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଇ ପରିଖି ଫାଣ୍ଡି ସମ୍ମୁଖରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ। ଏହି ସମୟରେ ଦେବାଶିଷଙ୍କ ପତ୍ନୀ ଶେଫାଳି ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ। ପତ୍ନୀ ଶେଫାଳି ଏନେଇ ଫାଣ୍ଡିରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ ମଧ୍ୟ ପୁଲିସ ନିରବ ରହିଥିଲା। ଏହାପରେ ସେ ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ଗତ ୫ ତାରିଖରେ ଶେଫାଳି ସଦର ଥାନାରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ବସିଛି। ଏନେଇ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme