Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୁଦ୍ଧ ପାଇଁ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ

Posted on November 20, 2025

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍‌କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟ‌ରେ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଦୋଷୀ ପାତାଳରେ ଥିଲେ ବି ଆମେ ଖୋଜି କଠୋର ଦଣ୍ଡଦେବୁ। ଏଭଳି ପରିସ୍ଥିତିରେ ପାକିସ୍ତା‌ନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଜି ଭାରତକୁ ଯୁଦ୍ଧ ଧମକ ଦେଇ ଉତ୍ତେଜନା ବଢ଼ାଇଛନ୍ତି। ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଏବଂ ପାକିସ୍ତାନ ସେନା ସର୍ବ‌ାଧିକ ସତର୍କ ରହିଛି ବୋଲି ଆସିଫ ‌ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି।

ଭାରତ ସହ ନିର୍ଣ୍ଣାୟକ ଯୁଦ୍ଧ ହେବନାହିଁ ବୋଲି ମୁଁ କହିପାରିବି ନାହିଁ। ବର୍ତ୍ତମାନର ସୀମା ସଙ୍କଟ ଭିତରେ ଯେକୌଣସି ସମୟରେ ଆମେ ଭାରତ ଓ ଆଫଗାନିସ୍ତାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଗତକାଲି ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ‘ଅପରେସନ ସିନ୍ଦୂର’କୁ ଏକ ‘୮୮ ଘଣ୍ଟିଆ ଟ୍ରେଲର’ ବୋଲି କହିବା ସହ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଆମେ ପ୍ରସ୍ତୁତ ବୋଲି କହିଥିଲେ। ଏହାର ଜବାବରେ ଆସିଫ ଆଜି ପୂର୍ଣ୍ଣାଙ୍ଗ ଯୁଦ୍ଧ ବୟାନ ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme