
ନାବାଳକକୁ ଛୁରାମାଡ଼ । ମେଳା ବୁଲିବାକୁ ଆସିଥିବା ବେଳେ ଛୁରାମାଡ । ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ରେଲୱେ ଷ୍ଟେସନ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଆହତ ନାବାଳକ ହେଲେ ବାଙ୍ଗିରିପୋଷି ଥାନାପଣସାଧିଆ ଗାଁର ଆକାଶ ନାୟକ । ଗତକାଲି ରାତିରେ ସେ ବାରିପଦା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଆସିଥିଲେ। ସେଠାରେ ଅନ୍ୟ ଦୁଇଜଣଙ୍କ ସହ ଝଗଡା ହୋଇଥିଲା । ପରେ ବାଙ୍ଗିରିପୋଷି ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକାଶକୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲା ମୟୂରଭଞ୍ଜ ଜିଆରପି । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

