Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୁମ୍ବାଇ ମୁକୁଟ କାହାର? BMC ନିର୍ବାଚନ ଗଣତି ଆରମ୍ଭ, ମହାୟୁତି ଓ ଠାକରେ ବ୍ରଦର୍ସଙ୍କ ମଧ୍ୟରେ କଡ଼ା ଟକ୍କର

Posted on January 16, 2026

ମହାରାଷ୍ଟ୍ର ରାଜନୀତିର ସବୁଠାରୁ ବଡ଼ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଦେଶର ସବୁଠାରୁ ଧନୀ ପୌର ସଂସ୍ଥା ବୃହନମୁମ୍ବାଇ ମହାନଗର ନିଗମ (BMC) ସମେତ ୨୯ଟି ମହାନଗର ନିଗମ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୫ଟି ପର୍ଯ୍ୟାୟରେ ଏହି ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ସାରା ଦେଶର ନଜର ଏବେ ମୁମ୍ବାଇ ଉପରେ ରହିଛି। ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ରାଜ୍ୟର ଭାବି ରାଜନୈତିକ ଦିଗ ସ୍ଥିର କରିବ ବୋଲି ଅନୁମାନ କରାଯାଉଛି।
ଏଗଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ‘ମହାୟୁତି’ ମେଣ୍ଟ ଏଠାରେ କ୍ଲିନ୍ ସୁଇପ୍ କରିବା ସମ୍ଭାବନା ରହିଛି। ପ୍ରାୟ ୬ଟି ଏଗଜିଟ୍ ପୋଲ୍ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମେଣ୍ଟକୁ ୧୩୦ରୁ ୧୫୦ଟି ଆସନ ମିଳିବ ବୋଲି ଆକଳନ କରିଛନ୍ତି। ସୂଚନାଯୋଗ୍ୟ ଯେ, ବହୁମତ ପାଇଁ ୧୧୪ଟି ଆସନର ଆବଶ୍ୟକତା ରହିଛି। ଅପରପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ମାତ୍ର ୬୦ଟି ଆସନରେ ସୀମିତ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ନିର୍ବାଚନ ବିଶେଷ କରି ଠାକରେ ପରିବାର ପାଇଁ ଏକ ସମ୍ମାନର ଲଢ଼େଇ। ଶିବସେନାରେ ବିଭାଜନ ପରେ ପ୍ରଥମ କରି ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଏକାଠି ମୈଦାନକୁ ଓହ୍ଲାଇଛନ୍ତି। ୨୫ ବର୍ଷ ଧରି BMC ଉପରେ କବ୍‌ଜା କରିଥିବା ଅବିଭକ୍ତ ଶିବସେନା ପାଇଁ ଏହା ଏକ ଅଗ୍ନିପରୀକ୍ଷା ସଦୃଶ। ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରୁ ମୁମ୍ବାଇବାସୀ କାହାକୁ ଅସଲ ଶିବସେନା ଭାବେ ଗ୍ରହଣ କରୁଛନ୍ତି, ତାହା ଏହି ଫଳାଫଳରୁ ସ୍ପଷ୍ଟ ହୋଇଯିବ। ୨୦୧୭ ନିର୍ବାଚନରେ ଶିବସେନା ୮୪ଟି ଆସନ ଜିତି ମେୟର ପଦ ହାସଲ କରିଥିବା ବେଳେ, ଚଳିତ ଥରର ପରିବର୍ତ୍ତିତ ରାଜନୈତିକ ସମୀକରଣ କଣ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme