Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା, ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା

Posted on December 12, 2025

ମାଲକାନଗିରିରେ ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଢିଛି କଟକଣା । ଚତୁର୍ଥ ଥର ପାଇଁ କଟକଣା ବୃଦ୍ଧି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚାଲିଛି । ଶାନ୍ତି ଫେରାଇ ଆଣିବାକୁ ସବୁ ଉଦ୍ୟମ ହେଉଛି । ଏମଭି 26 ଗାଁ ରେ ୨୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ ରହିଥିବା ବେଳେ ସେଠାରେ ପହଞ୍ଚିଛନ୍ତି ରାପିଡ ଆକ୍ସନ ଫୋର୍ସ ।

ଗତକାଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଗ୍ରାଉଣ୍ଡଜିରୋରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଥିଲେ । ପରେ ଉଭୟ ଆଦିବାସୀ ଓ ବଙ୍ଗାଳୀ ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ଭେଟିଥିଲେ । ସେମାନଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବା ସହ ଦାବି ପତ୍ର ଗ୍ରହଣ କରିଥିଲେ ଉପମୁଖ୍ଯମନ୍ତ୍ରୀ । ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ଯମନ୍ତ୍ରୀ । ଆସନ୍ତା ୧୪ରୁ ୧୮ ଯାଏଁ ହେବାକୁ ଥିବା ମାଲ୍ୟବନ୍ତ ଉତ୍ସବକୁ ବନ୍ଦ ରଖାଯାଇଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme