Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମା’କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ

Posted on November 23, 2025

ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ। ଶରୀରକୁ ଖଣ୍ଡଖଣ୍ଡ କରି କାଟିଲା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି। ପୁଅ ବଳରାମ ଖରା ସହ ଗୋଟିଏ ଘରେ ରହୁଥିଲେ ବୃଦ୍ଧା ଭାନୁ ଖରା । ଗୁରୁବାର ରାତିରେ ପୁଅ ତନ୍ତ୍ର ସାଧନା ଆରମ୍ଭ କରିଥିଲା। ସାଧନାରେ ସିଦ୍ଧି ପାଇଁ ନିଜ ମା’କୁ ବଳି ପକାଇବାକୁ ପଛାଇ ନଥିଲା। ପ୍ରଥମେ ମା’ର ତଣ୍ଟି କାଟିବା ପରେ ଜିଭ ସହ ହାତ ଏବଂ ଗୋଡ଼ର ଆଙ୍ଗୁଠିଗୁଡ଼ିକୁ ଛୁରିରେ କାଟି ପକାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇ କିଛି ମିନିଟ୍‌ ମଧ୍ୟରେ ଭାନୁ ପ୍ରାଣ ହରାଇଥିଲେ। ଶୁକ୍ରବାର ସକାଳେ ବଳରାମ ଘରେ ପଡ଼ିଥିବା ରକ୍ତଛିଟାକୁ ପୋଛିବା ସମୟରେ ଭାନୁଙ୍କ ପୁତୁରା ରାମଚନ୍ଦ୍ର ଖରା ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଘରେ ଭିତରେ ପଶି ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ଭୟରେ ଶିହରି ଉଠିଥିଲେ।

ଘର ଭିତରେ ପିଉସୀଙ୍କ ରକ୍ତ ଜୁଡ଼ୁବୁଡୁ ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା। ଏ ସଂପର୍କରେ ସେ ଆଖପାଖ ଲୋକଙ୍କୁ ଜଣାଇବା ସହ ସେମିଳିଗୁଡ଼ା ଥାନାରେ ଏତଲା ଦେଇଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁନାବେଡ଼ା ଏସ୍‌ଡିପିଓ ଏବଂ ସେମିଳିଗୁଡ଼ା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତ ବଳରାମକୁ କାବୁ କରି ଥାନାକୁ ଆଣି ପଚରାଉଚରା କରୁଛନ୍ତି। ସେମିଳିଗୁଡ଼ା ଥାନାରେ ହତ୍ୟା ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି। ଏ ନେଇ ଜଣେ ପୁଲିସ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତନ୍ତ୍ର ସାଧନାରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ତଦନ୍ତ ସରିଲେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme