Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳା କନଷ୍ଟେବଳ ହତ୍ୟା ମାମଲା, ଦାଖଲ ହେଲା ୭୦୦ ପୃଷ୍ଠାର ଚାର୍ଜସିଟ୍‌

Posted on December 2, 2025

ବହୁଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ପ୍ରାୟତଃ ସରିଛି । ଅଦାଲତରେ ପ୍ରାୟ ୭୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌କୁ ପୁଲିସ ଦାଖଲ କରିଛି । ଏଥିରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଦୀପକଙ୍କ ୨ଜଣ ସହଯୋଗୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ।

ପୁଲିସ ହତ୍ୟାସ୍ଥଳ ଓ ମୃତଦେହ ପୋତିବା ସ୍ଥଳଠାରୁ ସଂଗୃହିତ ଏକାଧିକ ପ୍ରମାଣପତ୍ର ସମ୍ପର୍କରେ ଚାର୍ଜସିଟ୍ରେ ଉଲ୍ଲେଖ କରିଛି । ସେମାନଙ୍କ କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ସହ ଏକାଠି ରହିବାର ପ୍ରମାଣ ସୂରୁପ କିଛି ଫଟୋଚିତ୍ର ଓ ଶୁଭମିତ୍ରାଙ୍କ ବୀମା ସମ୍ପର୍କୀତ କାଗଜପତ୍ର ମଧ୍ୟ ଏଥିରେ ଯୋଡ଼ାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ରିପୋର୍ଟ, ମାଟିତଳୁ ଶବ ଖୋଳାଯିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଶୁଭମିତ୍ରାଙ୍କ ପରିବାର ଲୋକଙ୍କ ବୟାନକୁ ମଧ୍ୟ ଚାର୍ଜସିଟ୍‌ରେ ରଖାଯାଇଛି ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିବାରୁ ଦୀପକ ବିଭିନ୍ନ ପ୍ରମାଣ ନଷ୍ଟ ପାଇଁ ଢେର୍ ଚେଷ୍ଟା କରିଥିଲା । ଶୁଭମିତ୍ରାଙ୍କ ମୃତଦେହରୁ ପୋତିବାଠୁ ପ୍ରମାଣ ନଷ୍ଟ କରିବା ଯାଏ ସବୁଥିରେ ଦୀପକର ସମ୍ପର୍କୀୟ ଭାଇ ବିନୋଦର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲା । ବିନୋଦର ସାଙ୍ଗ ଜଟିଆ ଓ ଜେସିବ ଡ୍ରାଇଭର ମଧ୍ୟ ଶବ ପୋତିବାରେ ସାହାଯ୍ୟ କରିଥିଲେ । ବଡ଼ କଥା ହେଲା, ପୁଲିସ ଏକାଧିକ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଅଦାଲତରେ ହାଜର କରାଇବାକୁ ଯୋଜନା ରଖିଛି । ଯାହାକି, ଶୁଣାଣି ବେଳେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବଳିଷ୍ଠ ପ୍ରମାଣ ସାଜିବ ।

ସୂଚନାଯୋଗ୍ୟ, କମିଶନରେଟ୍ ପୁଲିସର ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରେ ଶୁଭମିତ୍ରା କାର୍ଯ୍ୟ କରୁଥିଲେ । ସେପ୍ଟେମ୍ବର ୬ ତାରିଖରେ ସେ ଅଫିସ ଆସି ଘରକୁ ଫେରିନଥିଲେ । ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । କିଛି ଦିନ ପରେ କେନ୍ଦୁଝର ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme