Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କ ହାତରେ ଧରା ପଡିଲା ଚୋରା ମଦ ବେପାରୀ!

Posted on August 30, 2025

ଚଣ୍ଡିଖୋଲ, ୨୯/୮(ଜେବିଆର ସମାଚାର) : ଚୋରା ମଦ ବେପାରୀଙ୍କୁ ମହିଳାମାନେ କାବୁ କରି ପୋଲିସ ହସ୍ତାନ୍ତର କରିଥିବା ଘଟଣା ଚଣ୍ଡିଖୋଲରେ ସୃଷ୍ଟି କରିଛି ଚର୍ଚ୍ଚା।

ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗ୍ରାମର ଜ୍ଞାନରଞ୍ଜନ ବରାଳ (୪୨), ଏକ ବାଇକ୍‌ରେ ୫୦ରୁ ଅଧିକ ବୋତଲ ବିଦେଶୀ ଚୋରା ମଦ ନେଇ ମହାଦେଇପୁର ଦଳେଇ ସାହି ଦେଇ ଯାଉଥିବା ସମୟରେ ସ୍ଥାନୀୟ ମହିଳାମାନେ ତାଙ୍କୁ କାବୁ କରିଥିଲେ।

ଖବର ପାଇଥିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ସହିତ ଚୋରା ମଦକୁ ଜବତ କରି, ଜ୍ଞାନରଞ୍ଜନଙ୍କୁ ଗିରଫ କରିଥିଲା। ଏହି ମାମଲା ଥାନା କେଶ ନମ୍ବର ୨୪୧/୨୫ ରେ ରୁଜୁ କରାଯାଇଛି।

ଥାନାଧିକାରୀ ସମରଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଗିରଫ ବେପାରୀଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ।

ଏହା ସହିତ, ମହାଦେଇପୁର ଦଳେଇ ସାହିରେ ୭ ଜଣ ବ୍ୟକ୍ତି ଚୋରା ମଦ ବେପାର କରୁଥିବା ନେଇ, ଗତ ୨୭ ତାରିଖରେ ୩୦ରୁ ଅଧିକ ମହିଳା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଞ୍ଚଳକୁ ମଦମୁକ୍ତ କରିବାକୁ ଦାବି କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme