Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କ ହାତରେ ଧରା ପଡିଲା ଚୋରା ମଦ ବେପାରୀ!

Posted on August 30, 2025

ଚଣ୍ଡିଖୋଲ, ୨୯/୮(ଜେବିଆର ସମାଚାର) : ଚୋରା ମଦ ବେପାରୀଙ୍କୁ ମହିଳାମାନେ କାବୁ କରି ପୋଲିସ ହସ୍ତାନ୍ତର କରିଥିବା ଘଟଣା ଚଣ୍ଡିଖୋଲରେ ସୃଷ୍ଟି କରିଛି ଚର୍ଚ୍ଚା।

ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗ୍ରାମର ଜ୍ଞାନରଞ୍ଜନ ବରାଳ (୪୨), ଏକ ବାଇକ୍‌ରେ ୫୦ରୁ ଅଧିକ ବୋତଲ ବିଦେଶୀ ଚୋରା ମଦ ନେଇ ମହାଦେଇପୁର ଦଳେଇ ସାହି ଦେଇ ଯାଉଥିବା ସମୟରେ ସ୍ଥାନୀୟ ମହିଳାମାନେ ତାଙ୍କୁ କାବୁ କରିଥିଲେ।

ଖବର ପାଇଥିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ସହିତ ଚୋରା ମଦକୁ ଜବତ କରି, ଜ୍ଞାନରଞ୍ଜନଙ୍କୁ ଗିରଫ କରିଥିଲା। ଏହି ମାମଲା ଥାନା କେଶ ନମ୍ବର ୨୪୧/୨୫ ରେ ରୁଜୁ କରାଯାଇଛି।

ଥାନାଧିକାରୀ ସମରଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଗିରଫ ବେପାରୀଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ।

ଏହା ସହିତ, ମହାଦେଇପୁର ଦଳେଇ ସାହିରେ ୭ ଜଣ ବ୍ୟକ୍ତି ଚୋରା ମଦ ବେପାର କରୁଥିବା ନେଇ, ଗତ ୨୭ ତାରିଖରେ ୩୦ରୁ ଅଧିକ ମହିଳା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଞ୍ଚଳକୁ ମଦମୁକ୍ତ କରିବାକୁ ଦାବି କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme